କୋରାପୁଟ: ଗତ ୧୯୯୪-୯୫ ମସିହାରେ ଡଙ୍ଗର। ୧୯୯୬ମସିହାରୁ ରାଜ୍ୟସ୍ତରୀୟ ଲୋକମହୋତ୍ସବ ପରବ ଲୁକ୍କାୟିତ କଳାକାରଙ୍କ ଉତ୍ତମ ମଂଚ ଦେଇ ଆସୁଛି। ଏହାର ଲାଭ ଜିଲ୍ଲାର କଳାକାର ମାନେ ଭରପୁର ଉଠାଇବା ଦରକାର। ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଚାଳିଚଳଣୀକୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ କରିବାର ଏକ ଜନଅନ୍ଦୋଳନ ଭାବେ ଉଭା ହୋଇଛି ପରବ। ସମଗ୍ର ରାଜ୍ୟରେ ପ୍ରଥମ ଲୋକମହୋତ୍ସବ ହେବା ସହ ମାର୍ଗଦର୍ଶକ ସାଜିଛି। ଏପରି ମତବ୍ୟକ୍ତ କରିଛନ୍ତି ଆଜି କୋରାପୁଟ ଜିଲ୍ଲାର ଆଦିବୀସୀ ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜନ ହେଉଥିବା ଲୋକ ମହୋତ୍ସବ ପରବ ୨୦୨୪ ରାଜ୍ୟ ମହୋତ୍ସବର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥି।
/sambad/media/media_files/2024/10/27/kpt-parab-inguration1.jpg)
ସକାଳୁ କୋରାପୁଟ ନିଶାଣିମୁଣ୍ଡା ଠାରେ ପାରମ୍ପରିକ ରିତିନିୀତିରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ପୂଜାର୍ଚ୍ଚନା କରିଥିଲେ। ସେମିଳିଗୁଡା ବ୍ଲକର ଦୁଧାରୀ ଠାରେ ଥିବା ୨୦୦ବର୍ଷ ତଳର ପ୍ରତ୍ୟକ୍ଷ ଦେବୀ ମାଁ’ମାଉଲିମା ମନ୍ଦିର ସହ ଗାଁ ଠାକୁରାଣୀ ହୁଣ୍ଡିଙ୍କ ନିକଟରେ ପୂଜାଅର୍ଚ୍ଚାନା କରିବା ପରେ ମଶାଲ ଓ କଳସ ଶୋଭାଯାତ୍ରା କରାଯାଇଥିଲା। ଶୋଭାଯାତ୍ରାରେ ଜିଲ୍ଲାର ୧୪ଟି ବ୍ଲକ, ୩ଟି ପୌରପାଳିକା, ଗୋଟିଏ ଏନଏସିର ଲୋକନୃତ୍ୟ ଦଳ ଭାଗ ନେଇଥିଲେ। ଢ଼େମସା, କାଠିନାଚ, ରିଂଜୋଡି ଆଦି ନାଚ ସହ ଆତସବାଜୀ ପ୍ରଦର୍ଶନୀରେ ଦୁଲୁକି ଉଠିଥିଲା ଦୁଧାରୀ ଅଂଚଳ। ଶୋଭାଯାତ୍ରାରେ ଅତିଥି ଭାବେ ଯୋଗ ଦେଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଆଦି ଭାଗ ନେଇ ଢ଼େମସା ଆଦି ନୃତ୍ୟ ଦଳ ସହ ମିଶି ନାଚି କଳାକାରଙ୍କୁ ଉତ୍ସାହିତ କରିଥିଲେ।
ସେମିଳିଗୁଡା ବ୍ଲକର ଦୁଧାରୀ ଠାରେ ଥିବା ୨୦୦ବର୍ଷ ତଳର ପ୍ରତ୍ୟକ୍ଷ ଦେବୀ ମାଁ’ମାଉଲିମା ମନ୍ଦିର ସହ ଗାଁ ଠାକୁରାଣୀ ହୁଣ୍ଡିଙ୍କ ନିକଟରେ ପୂଜାଅର୍ଚ୍ଚାନା କରିବା ପରେ ମଶାଲ ଓ କଳସ ଶୋଭାଯାତ୍ରା କରାଯାଇଥିଲା। ଶୋଭାଯାତ୍ରାରେ ଜିଲ୍ଲାର ୧୪ଟି ବ୍ଲକ, ୩ଟି ପୌରପାଳିକା, ଗୋଟିଏ ଏନଏସିର ଲୋକନୃତ୍ୟ ଦଳ ଭାଗ ନେଇଥିଲେ।
ଜିଲ୍ଲାସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ କୋରାପୁଟ ସାଂସଦ ଇଂ ସପ୍ତଗିରୀ ଶଙ୍କର ଉଲ୍ଲାକା ଯୋଗ ଦେଇ ଏହି ମହୋତ୍ସବ ଜରିଆରେ ବିଶ୍ବସ୍ତରରେ ଲୋକକଳାକୁ ପହଂଚାଇବାକୁ ପଡ଼ିବ ବୋଲି କହିଥିଲେ। ଦଳଗତ , ଧର୍ମଗତ ନିର୍ବିଶେଷରେ, ନେତା ,ମନ୍ତ୍ରୀ, ସାଂସଦ, ପ୍ରଶାସନ ସବୁ ଏକଜୁଟ ହୋଇ ଜିଲ୍ଲାର ଐକ୍ୟତାକୁ ପ୍ରମାଣିତ କରିବା ସହ ରାଜ୍ୟକୁ କୋରାପୁଟଜିଲ୍ଲା ଲୋକମହୋତ୍ସବ ପାଳନ କରିବା ଦିଗରେ ଦିଗଦର୍ଶନ ଦେଇ ଆସିଛି ବୋଲି ଜୟପୁର ବିଧାୟକ କହିଥିଲେ। ପଟ୍ଟାଙ୍ଗୀ ବିଧାୟକ ରାମ ଚନ୍ଦ୍ର କାଡ଼ାମ ଯୋଗ ଦେଇ ଗାଦବା, କୁଇ, ପରଜା ସହ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଧିରେ ଧିରେ ନିଜ ପାରମ୍ପରିକ ଚାଳିଚଳଣୀ, ସଂସ୍କୃତିକୁ ଭୁଲି ଯାଉଛନ୍ତି। ଆଗାମୀପୀଢ଼ି ପ୍ରଶ୍ନ କରିବା ପୂର୍ବରୁ ଆମେ ଆମ ପରମ୍ପରାକୁ ସଂଗ୍ରୃହିତ କରି ରଖିବା ପାଇଁ ମ୍ୟୁଜିୟମ୍ ସ୍ଥାପନ କରାଯାଉ ବୋଲି କହିଥିଲେ।
/sambad/media/media_files/2024/10/27/kpt-parab-inguration2.jpg)
କୋରାପୁଟ ବିଧାୟକ ଓ ଲକ୍ଷ୍ମୀପୁର ବିଧାୟକ ପରମ୍ପରାକୁ ନ ଭୁଲିବା ଏବଂ ପାରମ୍ପରିକ ବାଦ୍ୟ ଯନ୍ତ୍ର ସବୁ ଲୋପ ପାଉଥିବାରୁ ସେଭଳି ନ କରିବାକୁ କଳାକାରଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଦୀର୍ଘ ଦିନ ଧରି ମଂଚ ଦେଇ ଆସୁଥିବାରୁ ଏହାର ଲାଭ ଉଠାଇ ଅର୍ନ୍ତଜାତୀୟସ୍ତରରେ ପହଚିଂବାକୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଓଡ଼ିଆ ଏବଂ କୁଇଭାଷାରେ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଯୋଗଦେଇ ସବୁ ପଂଚାୟତରେ ପରବ ଅନୁଷ୍ଠିତ ହେବ। ଶ୍ରେଷ୍ଠ ୩ଟି ପଂଚାୟତକୁ ବ୍ଲକସ୍ତରରେ ଏବଂ ପ୍ରତ୍ୟେକ ବ୍ଲକର ଗୋଟିଏ ପଂଚାୟତକୁ ଜିଲ୍ଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ।
ପର୍ଯ୍ୟଟନକୁ ପ୍ରତ୍ସାହନ ଦେବା ପାଇଁ ଏଥର ଦେଓମାଳିରେ ଦୁଇ ଦିନ ଧରି ଟ୍ରାକିଂ ଓ ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମଂଚରେ ଏସପି ରୋହିତ ବର୍ମା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜିଲ୍ଲାପରିଷଦ ସଭ୍ୟ ମୋହନ ଜାନୀ, ସରପଞ୍ଚ, ସମିତିସଭ୍ୟ, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ରହିଥିଲେ। ପଟାଙ୍ଗୀ ବିଡିଓ ଅକ୍ଷୟ ମହାନ୍ତି ସଂଯୋଜନା କରିଥିବା ବେଳେ ଜିଲ୍ଲାସଂସ୍କୃତି ଅଧିକାରୀ ପ୍ରିତିସୁଧା ଜେନା, ସେମିଳିଗୁଡା ବିଡିଓ ଦେବାଶିଷ ଗୌଡ଼ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଲୋମଣି ସେଠୀ, ଲଗ୍ନଜିତ ରାଉତ, ଜୟପୁର ଉପଜିଲ୍ଲାପାଳ ଶସ୍ୟା ରେଡ୍ଡୀ, ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଏସଡିପିଓ ମନୋବ୍ରତା ଶତପଥୀ, ସେମିଳିଗୁଡା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/27/kpt-parab-inguration.jpg)