ଭୁବନେଶ୍ବର: ନୂଆପଡ଼ା ଉପ ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବଡ଼ ବୟାନ। ସେ ଜୋର୍ ଦେଇ କହିଛନ୍ତି, ନୂଆପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ।
ଆହୁରି ପଢ଼ନ୍ତୁ:ବାଣ ବସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ
ବିଜେପିକୁ ଲୋକେ ଜୟଯୁକ୍ତ କରିବେ
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବୁ ଏବଂ ଜିତିବୁ। ଆଦିବାସୀ ଭୋଟ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯିବ। ଗତ ନିର୍ବାଚନରେ ଅଧିକ ଆଦିବାସୀ ଭୋଟ ବିଜେପି ପାଇଥିଲା। ଗତ ୨୦୨୪ ସାଧାରଣ ନିର୍ବାଚନରେ ୫ ଲୋକସଭା ଆସନରୁ ୪ଟି ଏବଂ ୩୩ ବିଧାନସଭା ଆସନରୁ ୧୮ଟିରେ ବିଜୟ ହୋଇଥିଲା ବିଜେପି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଧିବାସୀଙ୍କ ଭରପୁର ଯୋଗଦାନ ରହିଛି। ବିଜେପିକୁ ଆଦିବାସୀ ଭୋଟ ମିଳିବ।ଦ୍ରୁତ ବିକାଶ ରହିବ ନୂଆପଡ଼ାର ମୁଖ୍ୟ ପ୍ରସଙ୍ଗ। ପୂର୍ବରୁ ମଧ୍ୟ କରିଛୁ ଏବେ ବି କରିବୁ। କେନ୍ଦ୍ରରେ ୧୧ ବର୍ଷ ଏବଂ ରାଜ୍ୟରେ ୧୬ ମାସ ଧରି ଦ୍ରୁତ ବିକାଶ କରାଯାଉଛି। ସରକାରକୁ ଆସିବା ପରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ବିଭିନ୍ନ ଲୋକଙ୍କ ଅଭିଯୋଗ ଶୁଣାଯାଉଛି, ସେନେଇ ଉପଯୁକ୍ତ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଯୋଜନା କାର୍ଯ୍ୟକାରୀ ମଧ୍ୟ ହେଉଛି। ଲୋକେ ସବୁ ଦେଖୁଛନ୍ତି। ଏଣୁ ବିଜେପିକୁ ଲୋକେ ଜୟଯୁକ୍ତ କରିବେ। ୨୫ ବର୍ଷର ବିଗିଡା ସ୍ଥିତି ସଜାଡିବାକୁ ସମୟ ଲାଗିବ।
ଆହୁରି ପଢ଼ନ୍ତୁ:ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କଂଗ୍ରେସ ପାଖେ ବହୁତ୍ ଟଙ୍କା ଅଛି। କାର୍ଯ୍ୟକର୍ତ୍ତା ଏବଂ ଜନମତକୁ ନେଇ ଆମେ ନିର୍ବାଚନ ଲଢ଼ିଚୁ। ବୋଫର୍ସ, ଟୁଜି, କୋଇଲା ଭଳି ଅନେକ ଘୋଟାଲା କରି ପଇସା ରଖିଛନ୍ତି। ଆମ ଦଳ ମାଇକ୍ରୋ ଡୋନେସନ୍ କରି କାର୍ଯ୍ୟକର୍ତ୍ତାଙ୍କ ଠାରୁ ସଂଗ୍ରହ କରି କାର୍ଯ୍ୟ କରୁଛୁ। ନିର୍ବାଚନ ପୂର୍ବରୁ କଂଗ୍ରେସର ହତାଶାର ପରିଚୟ ଦେଉଛି। ଏଡ଼େ ବଡ଼ ରାଲି କଲେ କଂଗ୍ରେସ କେତେ ପଇସା ଖର୍ଚ୍ଚ କଲେ। ବିଜେପି ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ନିରାଧାର। ପ୍ରାର୍ଥୀପତ୍ର ଦାଖଲ ସାରିଛି ଏବେ ପ୍ରଚାରର ସମୟ। ଦଳ ଯେବେ କହିବ ଆମେ ସେବେ ମଇଦାନକୁ ଓହ୍ଲାଇବୁ।
by-election | BJP
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/20/jual-oram-2025-10-20-13-07-53.png)