ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ କଥା ଚିନ୍ତା କରିବା ବେଳେ ସାଧାରଣତଃ ଆମେ ଗ୍ରାମାଞ୍ଚଳ କଥା ଭାବୁ, ହେଲେ ସହରାଞ୍ଚଳ କଥା ଭୁଲିଯାଉ। ଏହି ସମୟରେ ସହରାଞ୍ଚଳ ପ୍ରତି ବି ଧ୍ୟାନ ଦିଆଯାଉ ବୋଲି ମତ ରଖିଛନ୍ତି ୟୁଏନ୍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର। ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ଆଜି ତୃତୀୟ ତଥା ଅନ୍ତିମ ଦିବସ। ଏଥିରେ ‘ଜଳବାୟୁ ବିପର୍ଯ୍ୟୟ- ଅର୍ଥନୈତିକ କ୍ଷତିର ପ୍ରତିରୋଧକ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସହରାଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ଲୋକଙ୍କ କ୍ଷତିଭରଣା ଲାଗି କ୍ଷୁଦ୍ର ବ୍ୟବସାୟୀ ଓ କର୍ମଚାରୀମାନଙ୍କ ପାଇଁ ସହରରେ ଥଣ୍ଡା ବିଶ୍ରାମାଗାରର ବ୍ୟବସ୍ଥା କରାଯିବା ଉଚିତ। ଦ୍ବିତୀୟତଃ ଏକ ଡାଟା ବେସ୍ ମ୍ୟାନେଜମେଣ୍ଟ ବି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି।
ପ୍ରାକୃତିକ ବିପର୍ଯ୍ୟୟ କଥା ଚିନ୍ତା କରିବା ବେଳେ ସାଧାରଣତଃ ଆମେ ଗ୍ରାମାଞ୍ଚଳ କଥା ଭାବୁ, ହେଲେ ସହରାଞ୍ଚଳ କଥା ଭୁଲିଯାଉ। ଏହି ସମୟରେ ସହରାଞ୍ଚଳ ପ୍ରତି ବି ଧ୍ୟାନ ଦିଆଯାଉ। ସେ ଆହୁରି କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସହରାଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ଲୋକଙ୍କ କ୍ଷତିଭରଣା ଲାଗି କ୍ଷୁଦ୍ର ବ୍ୟବସାୟୀ ଓ କର୍ମଚାରୀମାନଙ୍କ ପାଇଁ ସହରରେ ଥଣ୍ଡା ବିଶ୍ରାମାଗାରର ବ୍ୟବସ୍ଥା କରାଯିବା ଉଚିତ। ଦ୍ବିତୀୟତଃ ଏକ ଡାଟା ବେସ୍ ମ୍ୟାନେଜମେଣ୍ଟ ବି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। ଏଭଳି ମତ ରଖିଛନ୍ତି ୟୁଏନ୍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର।
ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ଆଜି ତୃତୀୟ ତଥା ଅନ୍ତିମ ଦିବସ। ଏଥିରେ ‘ଜଳବାୟୁ ବିପର୍ଯ୍ୟୟ- ଅର୍ଥନୈତିକ କ୍ଷତିର ପ୍ରତିରୋଧକ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇଥିଲେ ୟୁଏନ୍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ମାଟି ଫାର୍ମସର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଂଯୋଗ ସାହୁ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା। ସେମାନେ ନିଜ ନିଜର ମତ ରଖିଛନ୍ତି। ଏହି ଆଲୋଚନାରେ ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି କନକ ନ୍ୟୁଜ୍ର ସ୍ବତନ୍ତ୍ର ପ୍ରତିନିଧି ଅନୁଜ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/08/untitled-19-2025-10-08-14-19-15.jpg)