ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ଆଜି ତୃତୀୟ ତଥା ଅନ୍ତିମ ଦିବସ। ଏଥିରେ ‘ଜଳବାୟୁ ବିପର୍ଯ୍ୟୟ- ଅର୍ଥନୈତିକ କ୍ଷତିର ପ୍ରତିରୋଧକ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇଛନ୍ତି ୟୁଏନ୍‌ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ମାଟି ଫାର୍ମସର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଂଯୋଗ ସାହୁ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା। ସେମାନେ ନିଜ ନିଜର ମତ ରଖିଛନ୍ତି। ଏହି ଆଲୋଚନାରେ ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି କନକ ନ୍ୟୁଜ୍‌ର ସ୍ବତନ୍ତ୍ର ପ୍ରତିନିଧି ଅନୁଜ ଦାସ।

Advertisment

ସୁସ୍ମିତା ବେହେରା କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର କ୍ଷତିଭରଣା କରୁଛନ୍ତି। ଫାଇଲିନ ବାତ୍ୟା ସମୟରେ ବିଶ୍ବବ୍ୟାଙ୍କ ସହାୟତାରେ ପାଖାପାଖି ୨୦ ହଜାର ଘର ତିଆରି କରିଥିଲେ ସରକାର। ଏଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୪ ୬ ହଜାର ଘର ନିର୍ମିତ ହୋଇଥିଲା। ସମୁଦ୍ର କୂଳରୁ ୫ କିଲୋମିଟର ଦୂରସ୍ଥ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି। ବଗପଟିଆରେ ସରକାର ୭ଟି କଲୋନି ତିଆରି କରିଛନ୍ତି। ସେଠାରେ ୬ ହଜାର ଲୋକ ବାସ କରୁଛନ୍ତି। ୨୦୨୩ରେ ସରକାର ପୁଣି ୨୧ କୋଟି ଟଙ୍କାର ବିନେିଯୋଗ କରିଛନ୍ତି। ବର୍ତ୍ତମାନର ସରକାର ବି ଏଦିଗରେ ସଚେତନ ଅଛନ୍ତି।

ଆଭା ମିଶ୍ର କହିଛନ୍ତି, ପ୍ରାକୃତିକ ଦୁର୍ବିପାକ କଥା ମୁଁ ୧୯୯୯ ମହାବାତ୍ୟା ମୁଁ ନିଜ ଆଖିରେ ଦେଖିଥିଲି। ସେଠି ବହୁ ଘର ଭାଙ୍ଗିଯାଇଥିଲା। ସେଠି ଲୋକଙ୍କର ଅର୍ଥନୀତି କ୍ଷୟ ହୋଇଥିଲା। ସେଠାରେ କିପରି ଘର ତିଆରି ହୋଇପାରିବ, ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। 

ଏସଂପର୍କରେ ସୁସ୍ମିତା ବେହେରା କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର କ୍ଷତିଭରଣା କରୁଛନ୍ତି। ଫାଇଲିନ ବାତ୍ୟା ସମୟରେ ବିଶ୍ବବ୍ୟାଙ୍କ ସହାୟତାରେ ପାଖାପାଖି ୨୦ ହଜାର ଘର ତିଆରି କରିଥିଲେ ସରକାର। ଏଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୪ ୬ ହଜାର ଘର ନିର୍ମିତ ହୋଇଥିଲା। ସମୁଦ୍ର କୂଳରୁ ୫ କିଲୋମିଟର ଦୂରସ୍ଥ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି। ବଗପଟିଆରେ ସରକାର ୭ଟି କଲୋନି ତିଆରି କରିଛନ୍ତି। ସେଠାରେ ୬ ହଜାର ଲୋକ ବାସ କରୁଛନ୍ତି। ୨୦୨୩ରେ ସରକାର ପୁଣି ୨୧ କୋଟି ଟଙ୍କାର ବିନେିଯୋଗ କରିଛନ୍ତି। ବର୍ତ୍ତମାନର ସରକାର ବି ଏଦିଗରେ ସଚେତନ ଅଛନ୍ତି।