ନୂଆପଡ଼ା: ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରିନଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ନବୀନ ଫୋନ୍ କରି ତାଙ୍କ କଥା ବୁଝିନଥିଲେ।
ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିପାରିଲେ, ହେଲେ ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ। ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି। ଏକଥାକୁ ସମସ୍ତେ ବିଶେଷ କରି ନୂଆପଡ଼ାବାସୀ ବୁଝିପାରିଛନ୍ତି।
ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ପ୍ରାର୍ଥୀ କେବେ ଚୋରି କରାଯାଏନି। ମୁଁ ନିଜେ ବିଜେପିରେ ଯୋଗ ଦେଇଛି। ମୋତେ କେହି ଚୋରି କରିନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି ନିମ୍ନସ୍ତରର ଟିପ୍ପଣୀ ମୋତେ ଖରାପ ଲାଗିଛି। ସେ ବାପା ଭଳି ତାଙ୍କ ମୁହଁରୁ ଏଭଳି କଥା ବାହାରିବ, ମୁଁ କେବେ ଆଶା କରିନଥିଲେ। ନବୀନ ଯେତେ ଯାହା କହିଲେ ବି ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି। ଆଜି ଏଭଳି ପ୍ରତିକ୍ରି୍ୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।
ଆହୁରି ପଢ଼ନ୍ତୁ: Amar join bjp: ପଦ୍ମ ଧରିଲେ ଅମର; ଅମର ବାବୁ ବିଜେଡିରେ ଅଣନିଃଶ୍ବାସୀ ହୋଇପଡ଼ୁଥିଲେ: ମୁଖ୍ୟମନ୍ତ୍ରୀ
ଏଣେ କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିଥିଲା। ଆଜି କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଏହାର ଜବାବ୍ ରଖିଛନ୍ତି ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେତେବେଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା।
ଆହୁରି ପଢ଼ନ୍ତୁ:Septic Tank Tragedy: ମାମୁଁ ଘରକୁ ବୁଲି ଆସିଥିବା ୩ ଶିଶୁଙ୍କର ସେପ୍ଟିକ୍ ଟାଙ୍କିରେ ପଡ଼ି ଜୀବନ ଗଲା
ଏଣେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ବନା ଦେଇଛନ୍ତି। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ବ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡି ରହି ଜୀବନ ଦେଇଥିଲେ ବି ତାହା ବିଜେଡି କରିନାହିଁ। ଏହି ସଭାରେ ବିଜେପିର ରାଷ୍ଟ୍୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/new-project-4-2025-11-04-08-42-04.jpg)