ଭୁବନେଶ୍ବର: ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ। ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗ ଦେବେ ଅରୁଣ ସିଂ। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଭଲ କାମ କରୁଛି। ସଂଗଠନ କ୍ଷେତ୍ରରେ ମଧ୍ୟ ଭଲ କାର୍ଯ୍ୟ ହୋଇଛି। ସବୁ ଧୀରେ ଧୀରେ କରାଯିବ। 

Advertisment

ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ କହିଛନ୍ତି, ଜିଏସଟିକୁ ନେଇ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ଚାଷୀ ଏବଂ ସାଧାରଣ ଲୋକ ଏଥିରେ ସୁଫଳ ପାଇବେ। ଦଳ ନିଷ୍ପତ୍ତି ନେଇ ସମଗ୍ର ଦେଶରେ ଏନେଇ କାର୍ଯ୍ୟକ୍ରମ କରାଯିବ। ଲୋକଙ୍କୁ ଜିଏସଟି ନେଇ ସଚେତନ କରାଯିବ। ଏହା ସହ ସ୍ବଦେଶୀ ଆତ୍ମନିର୍ଭରଶୀଳ ଭାରତ ନେଇ ମଧ୍ୟ ଘରେ ଘରେ ପ୍ରଚାର ପ୍ରସାର କରାଯିବ। ଭୋକାଲ ଫର୍ ଲୋକାଲ ମାଧ୍ୟମରେ ଲୋକ କିଭଳି ସ୍ବଦେଶୀ ଜିନିଷ ଆପଣେଇବେ ସେନେଇ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ।ଲୋକଙ୍କ ପାଖରେ କିପରି ଏହାର ସୁଫଳ ପହଞ୍ଚିପାରିବ ସେନେଇ ଚର୍ଚ୍ଚା ଆଲୋଚନା କରାଯିବ। 

ଜିଏସଟିକୁ ନେଇ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ଚାଷୀ ଏବଂ ସାଧାରଣ ଲୋକ ଏଥିରେ ସୁଫଳ ପାଇବେ। ଦଳ ନିଷ୍ପତ୍ତି ନେଇ ସମଗ୍ର ଦେଶରେ ଏନେଇ କାର୍ଯ୍ୟକ୍ରମ କରାଯିବ। ଲୋକଙ୍କୁ ଜିଏସଟି ନେଇ ସଚେତନ କରାଯିବ। ଏହା ସହ ସ୍ବଦେଶୀ ଆତ୍ମନିର୍ଭରଶୀଳ ଭାରତ ନେଇ ମଧ୍ୟ ଘରେ ଘରେ ପ୍ରଚାର ପ୍ରସାର କରାଯିବ। ଭୋକାଲ ଫର୍ ଲୋକାଲ ମାଧ୍ୟମରେ ଲୋକ କିଭଳି ସ୍ବଦେଶୀ ଜିନିଷ ଆପଣେଇବେ ସେନେଇ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ।ଲୋକଙ୍କ ପାଖରେ କିପରି ଏହାର ସୁଫଳ ପହଞ୍ଚିପାରିବ ସେନେଇ ଚର୍ଚ୍ଚା ଆଲୋଚନା କରାଯିବ।