ଭୁବନେଶ୍ବର: ମହାନଦୀ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ। କେନ୍ଦ୍ର ଗୃହମନ୍ତ୍ରୀ ସମାଧାନ ନେଇ ପରାମର୍ଶ ଦେଇଥିଲେ। ପ୍ରଥମେ ସଚିବସ୍ତରୀୟ ଏବଂ ପରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଏବଂ ଆଲୋଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ସମାଧାନ ବଦଳରେ କେସ୍ କରି ଲମ୍ବା ରାସ୍ତା ଗ୍ରହଣ କରିବାର ନଥିଲା। ପୂର୍ବ ସରକାର ଯଦି ଗୋଟିଏ ସକରାତ୍ମକ ପଦକ୍ଷେପ ନେଇଥାନ୍ତେ ଏତେ ଭୋଗିବାକୁ ପଡ଼ିନଥାନ୍ତା। ଛତିଶଗଡ଼କୁ ବିରୋଧ କରିବା ଜଳ କମିସନ ଆଗରେ ଧାରଣା ଦେବା ସମାଧାନର ବାଟ ନୁହେଁ। ପାଣି ସମୁଦ୍ରକୁ ବୋହି ଯାଉଛି ଆମେ ଅଟକାଇପାରିଲେ ନାହିଁ, ଛତିଶଗଡ଼ ବ୍ୟାରେଜ କଲା।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ବିଜେଡି ସରକାର ଏତେ ବର୍ଷ ଭିତରେ ଗୋଟିଏ ବ୍ୟାରେଜ୍ କରିନାହାନ୍ତି। ଲୋକଙ୍କୁ ଭ୍ରମିତ କରି ରଖିଥିଲେ ପୂର୍ବ ସରକାର। ଆପୋଷ ଆଲୋଚନା ମାଧ୍ୟମରେ ଏହା ସମାଧାନ ହେବ। ସବୁ ଦଳକୁ ଆମେ ଆହ୍ବାନ କରିବୁ ସମସ୍ତେ ବସନ୍ତୁ ଆଲୋଚନା କରନ୍ତୁ ସମାଧାନ ହେବ।