ଭୁବନେଶ୍ବର: ବନ୍ୟାକୁ ନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଣ୍ଡଳୀରେ ବର୍ତମାନ ୬.୧୬ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରଭାବିତ ହେଉଛି। ମୁଣ୍ଡଳୀରେ ବନ୍ୟା ଜଳ ସର୍ବୋଚ୍ଚ ସ୍ତରରେ ଅଛି।  ଧୀରେ ଧୀରେ ଏହା କମିବ। କାରଣ ହୀରାକୁଦରେ ୮ଟି ଗେଟ ଦେଇ ନିଷ୍କାସନ ହେଉଛି ଓ ବନ୍ୟା ଜଳ ଧୀରେ ଧୀରେ ତଳକୁ ଖସୁଛି।

Advertisment

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସେହିପରି ଆଖଦୃଶିଆ ବର୍ଷା ହୋଇନି। ମହାନଦୀ ଶାଖା ନରାଜ, କୁଶଭଦ୍ରା ଠାରେ ବିପଦ ସଂକେତ ତଳେ ଅଛି। ତେଣୁ କିଛି ଅସୁବିଧା ନାହିଁ। ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ହେଇ ରହିଛି। ବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର ସବୁ ଗେଟ ବନ୍ଦ ଅଛି। କେବଳ ୩ ବ୍ଲକରେ ୫୦ମିମି ବର୍ଷା ହୋଇଛି । ଢେଙ୍କାନାଳର ଭୁବନରେ ୧୦୦ମିମି ରୁ ଅଧିକ ବର୍ଷା ହୋଇଛି।

ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, ସେହିପରି ଆଖଦୃଶିଆ ବର୍ଷା ହୋଇନି। ମହାନଦୀ ଶାଖା ନରାଜ, କୁଶଭଦ୍ରା ଠାରେ ବିପଦ ସଂକେତ ତଳେ ଅଛି। ତେଣୁ କିଛି ଅସୁବିଧା ନାହିଁ। ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ହେଇ ରହିଛି। ବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର ସବୁ ଗେଟ ବନ୍ଦ ଅଛି। କେବଳ ୩ ବ୍ଲକରେ ୫୦ମିମି ବର୍ଷା ହୋଇଛି । ଢେଙ୍କାନାଳର ଭୁବନରେ ୧୦୦ମିମି ରୁ ଅଧିକ ବର୍ଷା ହୋଇଛି।