ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟକୁ ବିକଶିତ ଭାରତ ପାଇଁ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଏହି ବଜେଟରେ ମହିଳା ଉଦ୍ଯୋଗୀଙ୍କୁ ପାଇଁ ନୂତନ ସୁଯୋଗ ସହ ଆତ୍ମନିର୍ଭର କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି। ମୋଟ ୫ ଲକ୍ଷ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ମହିଳା ଉଦ୍ଯୋଗୀଙ୍କୁ ଆଗାମୀ ୫ ବର୍ଷରେ ୨ କୋଟି ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କୃଷି ଏବଂ କୃଷକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହେବ 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'। ଦେଶର ମୋଟ ୧୦୦ଟି ଖାଇବା ତେଲରେ ଭାରତକୁ ଆତ୍ମନିର୍ଭର କରିବା ନିମନ୍ତେ ଆରମ୍ଭ ହେବ ୬ ବର୍ଷିଆ ସ୍ଵତନ୍ତ୍ର ଯୋଜନା।

Advertisment

କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟକୁ ବିକଶିତ ଭାରତ ପାଇଁ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଏହି ବଜେଟରେ ମହିଳା ଉଦ୍ଯୋଗୀଙ୍କୁ ପାଇଁ ନୂତନ ସୁଯୋଗ ସହ ଆତ୍ମନିର୍ଭର କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି। ମୋଟ ୫ ଲକ୍ଷ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ମହିଳା ଉଦ୍ଯୋଗୀଙ୍କୁ ଆଗାମୀ ୫ ବର୍ଷରେ ୨ କୋଟି ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କୃଷି ଏବଂ କୃଷକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହେବ 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'। ଦେଶର ମୋଟ ୧୦୦ଟି ଖାଇବା ତେଲରେ ଭାରତକୁ ଆତ୍ମନିର୍ଭର କରିବା ନିମନ୍ତେ ଆରମ୍ଭ ହେବ ୬ ବର୍ଷିଆ ସ୍ଵତନ୍ତ୍ର ଯୋଜନା।

ଦେଶରେ ଏମଏସଏମଇ ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି I ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ୍ କରାଯାଇଛି। ଏହି କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯାହାଦ୍ବାରା ଯୁବବର୍ଗ ଅଧିକ ନିଯୁକ୍ତି ପାଇବେ।