ଭୁବନେଶ୍ବର: ଟୁଇନ ସିଟିରେ ବାଂଲାଦେଶୀଙ୍କ ପ୍ରବେଶ ସହ ଦେହ ବେପାରରେ ଲିପ୍ତ ନେଇ ଅଭିଯୋଗ ଘଟଣାରେ ଡିଜିପି ଓ୍ବାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏ ନେଇ କଟକରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ଦଲାଲଙ୍କୁ ଗିରଫ କରାଯାଇଛି । ଆଗକୁ ଏହି ଧରପଗଡ଼ ଜାରି ରହିବ। ଏହା ସହ ଜଳପଥରେ ଅନୁପ୍ରବେଶ ଉପରେ କଡାକଡି ନଜର ରଖାଯିବ।  ଡ୍ରୋନ ଦ୍ୱାରା ପାଟ୍ରୋଲିଂ ବ୍ୟାପକ ହେବ । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ।

Advertisment

ଏ ନେଇ କଟକରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ଦଲାଲଙ୍କୁ ଗିରଫ କରାଯାଇଛି । ଆଗକୁ ଏହି ଧରପଗଡ଼ ଜାରି ରହିବ। ଏହା ସହ ଜଳପଥରେ ଅନୁପ୍ରବେଶ ଉପରେ କଡାକଡି ନଜର ରଖାଯିବ।  ଡ୍ରୋନ ଦ୍ୱାରା ପାଟ୍ରୋଲିଂ ବ୍ୟାପକ ହେବ । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ।

ସେ କହିଛନ୍ତି, ଉପକୂଳରେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ୧୮ଟି ମେରାଇନ ଥାନା ରହିଛି । ବର୍ତ୍ତମାନ ପାଟ୍ରୋଲିଂ ପାଇଁ ୧୫ଟି ବୋଟ୍ ରହିଛି । ୧୦ ଟି ନୂଆ ଫିସିଂ କ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଇଣ୍ଟରସେଫ୍ଟର ବୋଟ୍ ମଧ୍ୟ ତଟରକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି । 

ଏଣେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ, ଟାଉନ ଥାନା ଘେରାଉ , ହାଟ ବିବାଦକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ୩ ଟି କେସ ରୁଜୁ କରାଯାଇଥିଲା । କିଛି ଲୋକଙ୍କୁ ପୂର୍ବରୁ ଗିରଫ କରାଯାଇଛି । ଘଟଣାର ପୁରା ଛାନଭିନ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । ଏହାଦ୍ୱାରା ସବୁ ସତ ପଦାକୁ ଆସିପାରିବ । ଜଣେ ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ୩ ଟି ଟିମ ଏହି ଘଟଣାର ତଦନ୍ତ ଆଜିଠାରୁ ଆରମ୍ଭ କରିଛି । ଏହା କହିଛନ୍ତି ପୁଲିସ୍ ଡିଜି ଓ୍ବାଇ.ବି.ଖୁରାନିଆ।