ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଛି। ଝାରସୁଗୁଡ଼ାରେ ଗୁରୁବାର ଦିନ ତୃତୀୟ ଦିନରେ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଜାରି ରହିଛି। ଏହି କ୍ରମରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଡୋଳାମଣି ପଟେଲ, ଡା.ଦିନେଶ ଅଗ୍ରୱାଲ, ଡା.ରଞ୍ଜନ ପଟେଲ, ଡା.ଜିତେନ ପଟେଲଙ୍କର ବୟାନ୍ ରେକର୍ଡ କରାଯାଇଥିଲା। ଓ ଜଣେ ନର୍ସଙ୍କ ବୟାନ୍ ରେକର୍ଡ କରାଯାଇଥିଲା। ସେହିପରି କ୍ରାଇମ୍ବ୍ରାଞ୍ଚର ଟିମ୍ କ୍ରାଇମ୍ସ୍ପଟ୍ରେ ସ୍ଥିତି ଅନୁଧ୍ୟାନ, ଗୋପାଳର ଭାଇଙ୍କ ହୋଟେଲ, ଗାନ୍ଧୀ ଛକ ଫାଣ୍ଡିରେ ପଚରାଉଚରା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୭ ଘଣ୍ଟା ଧରି ପୂର୍ବତନ ସିଡିଏମ୍ଓ ଓ ଡାକ୍ତରଙ୍କୁ ପଚରାଉଚରା କରିଛି।
ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ କହିଛନ୍ତି, ପୂର୍ବ ତଦନ୍ତରେ କ୍ରାଇମ୍ବ୍ରାଞ୍ଚ ଯେଉଁସବୁ ଦିଗକୁ ଆଦୌ ଯାଇନଥିଲା, ଏବେ ସେସବୁ ଦିଗରେ ତଦନ୍ତ କରି ସୂଚନା ଓ ତଥ୍ୟ ସଂଗ୍ରହ କରାଯାଉଛି। ଗଣମାଧ୍ୟମକୁ ବିବୃତି ଦେଇ ତଦନ୍ତ ଚାଲିଛି ଓ ମାମଲାର ତଦନ୍ତ ଜାରି ରହିଥିବାରୁ ଯାହାର ବୟାନ୍ ରେକର୍ଡ ହୋଇନଥିଲା ସେସବୁ ବୟାନ୍ ସଂଗ୍ରହ କରାଯାଉଛି।
କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଡୋଳାମଣି ପଟେଲ, ଡା.ଦିନେଶ ଅଗ୍ରୱାଲ, ଡା.ରଞ୍ଜନ ପଟେଲ, ଡା.ଜିତେନ ପଟେଲଙ୍କର ବୟାନ୍ ରେକର୍ଡ କରାଯାଇଥିଲା।
ସୂଚନାଯେଗ୍ୟ, ବିଜେଡି ନେତା ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନବ ଦାସଙ୍କ ପରିବାର ଲୋକେ ଲୋକସେବା ଭବନରେ ଭେଟିଥିଲେ। ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଏହି ମର୍ମରେ ଭରସା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସିବିଆଇ ତଦନ୍ତ ପାଇଁ ପରିବାର ତରଫରୁ ଅନୁରୋଧ କରାଯାଇଛି। ଏହାସହ ବାପାଙ୍କ ହତ୍ୟା ପରେ ଆମ ପରିବାର ଅସୁରକ୍ଷିତ ଅନୁଭବ କରୁଛି। ତେଣୁ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ।
Naba Das murder | Jharsuguda
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/20/nkuvK1uHyU9LPHhUgmts.jpg)