ଭୁବନେଶ୍ବର: ଅଣସର ଘରେ ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି । କିଛି ଦଇତା ସେବକ ମୋଦକ ଚୋରି ହେବା କଥା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ହେବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।
ସୂଚନା ମୁତାବକ, ମହାପ୍ରଭୁଙ୍କ ଅଣସର ଘରେ ତିନି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହୋଇଗଲା ବୋଲି ଅଭିଯୋଗ ଆଣିଛନ୍ତି ଦଇତା ସେବକ । ଫଳରେ ଶ୍ରୀଜିଉଙ୍କୁ ଲାଗି ହୋଇଛି ମାରା ମୋଦକ । ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
ମହାପ୍ରଭୁଙ୍କ ଅଣସର ଘରେ ତିନି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହୋଇଗଲା ବୋଲି ଅଭିଯୋଗ ଆଣିଛନ୍ତି ଦଇତା ସେବକ । ଫଳରେ ଶ୍ରୀଜିଉଙ୍କୁ ଲାଗି ହୋଇଛି ମାରା ମୋଦକ । ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
ଉଲ୍ଲେଖଯୋଗ୍ୟ, ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଆରମ୍ଭ ହୁଏ ଚିକିତ୍ସା ନୀତି । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ଏହି କ୍ରମରେ ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ୍ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି ।