ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ତାଙ୍କ ଝିଅ ଦୀପାଳି ଦାସଙ୍କ ତଦନ୍ତ ଦାବି ପରେ ଏହାକୁ ନେଇି  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି,ଯେତେବେଳେ ନବ ଦାସଙ୍କର ମୃତ୍ୟୁ ହେଲା ତାଙ୍କ ଝିଅ ଦୀପାଳି ଦାସ ଚୁପ୍ ରହିଲେ, କିଛି କହିଲେ ନାହିଁ । ବିଧାୟକ ଟିକେଟ୍‌ ପାଇଁ ଆଶାୟୀ ରହିଲେ ଏବଂ ହେଲା ପରେ ମଧ୍ୟ ଚୁପ୍ ରହିଲେ। ଯେତେବେଳେ ଆମ ସରକାର ଆସଲା ସେ ଏବେ ଆଳୁ ଖୋଳୁଛନ୍ତି। ଆଳୁ ଖୋଳିଲେ ନିଶ୍ଚିତ ଭାବେ ମହାଦେବ ବାହାରିବେ । କିଏ ଖୋଳୁଛନ୍ତି ଆଉ କିଏ ସହଯୋଗ କରୁଛନ୍ତି ତାହା ଆମେ ଦେଖିବା। 

Advertisment

ସେ ଆହୁରି ମଧ୍ୟ କହିଛନ୍ତି,ନବ ଦାସଙ୍କ ମୃତ୍ୟୁ ପଛରେ ଯିଏ ଅଛି ସେ ଧରା ପଡିବା ଉଚିତ୍ । ଦିନ ଦି ପହରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଛୋଟ କଥା ନୁହେଁ । ଦୋଷୀ କିଏ ସାଧାରଣ ନାଗରିକମାନେ ଜାଣିବା ଉଚିତ । ଦୋଷୀ କିଏ ସେମାନେ ଚାପି ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ଏବେ ଆମ ସରକାର ଆସିଯାଇଛି । ସରକାର ନିଶ୍ଚୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏ ବିଶ୍ୱାସ ମୋର ଅଛି ।