ଭୁବନେଶ୍ବର: ଓଡ଼ିଶାରେ ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ ଇ କେୱାଇସି କରିନାହାନ୍ତି। ସେମାନଙ୍କ ଚାଉଳ ବନ୍ଦ କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଯଦି ଚାଉଳ ଯାଉନି ଶୁଣି ସେମାନେ ଆସୁଛନ୍ତି, ତେବେ ଇ କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ | ଯେଉଁମାନେ ଇ କେୱାଇସି କରିନାହାନ୍ତି ପାଇଁ ୩ ମାସ ଅପେକ୍ଷା କରିବେ ସରକାର | କାର୍ଡଗୁଡ଼ିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ | ଯଦି ଏହି ସମୟରେ ଲୋକ ଇ କେୱାଇସି ନକରନ୍ତି, ତେବେ କାର୍ଡଗୁଡ଼ିକ କାଟି ଦେବେ ସରକାର | ତାପରେ ଆସି ଇ କେୱାଇସି କଲେ ଚାଉଳ ପାଇବେ।

Advertisment

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯଦି ଚାଉଳ ଯାଉନି ଶୁଣି ସେମାନେ ଆସୁଛନ୍ତି, ତେବେ ଇ କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ | ଯେଉଁମାନେ ଇ କେୱାଇସି କରିନାହାନ୍ତି ପାଇଁ ୩ ମାସ ଅପେକ୍ଷା କରିବେ ସରକାର | କାର୍ଡଗୁଡ଼ିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ | ଯଦି ଏହି ସମୟରେ ଲୋକ ଇ କେୱାଇସି ନକରନ୍ତି, ତେବେ କାର୍ଡଗୁଡ଼ିକ କାଟି ଦେବେ ସରକାର | ତାପରେ ଆସି ଇ କେୱାଇସି କଲେ ଚାଉଳ ପାଇବେ।

ନେଟୱର୍କ ସମସ୍ୟା ଯେଉଁ ଜିଲ୍ଲାମାନଙ୍କରେ ଥିଲା, ସେଠାରେ ସରକାର ନେଟୱର୍କ ବ୍ୟବସ୍ଥା କରିଛନ୍ତି | ବୁଷ୍ଟର ମଧ୍ୟ ଲଗାଯାଇଛି | ଯଦି ତଥାପି ହୋଇନାହିଁ, ସେମାନେ ଜିଲ୍ଲା କେନ୍ଦ୍ରରେ ଆସି କରିପାରିବେ | ଇ କେୱାଇସି ଯେଉଁ ମାନଙ୍କର ହୋଇଯାଇଛି, ସେମାନେ ଚାଉଳ ପାଇବେ | 5 ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ।