ଭୁବନେଶ୍ବର: ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏନେଇ ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର ଜଣାନାହିଁ। ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ। ଏ ବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର ଜଣାନାହିଁ। ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ। ଏ ବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି। ସେ ଆହୁରି କହିଛନ୍ତି, ବାଲି ପରିବହନ ବେଳେ ବଡ଼ ବଡ଼ ଗାଡ଼ି ଦ୍ଵାରା ରାସ୍ତା ଖରାପ ହେଉଛି। ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି। ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି।
ସେ ଆହୁରି କହିଛନ୍ତି, ବାଲି ପରିବହନ ବେଳେ ବଡ଼ ବଡ଼ ଗାଡ଼ି ଦ୍ଵାରା ରାସ୍ତା ଖରାପ ହେଉଛି। ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି। ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/11/AZss6HK6tiftKMVH6MxV.jpg)
