ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ନେଇ ସୂଚନା ଦେଇ  ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଅବପାତରେ ପରିଣତ ହୋିଛି ଓ୍ବେଲମାର୍କ ଲଘୁଚାପ। ଆଜି ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେବ। ଏହା ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି। ସାଗର ଦ୍ବୀପରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇ ଏହା ଏବେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

Advertisment

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଆହୁରି କହିଛନ୍ତି, ଅବପାତ କାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା। ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ। ଏଥିନେଇ ପୁରୀ, ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି। ସବୁ ବନ୍ଦକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। କାଲି ସନ୍ଧ୍ୟାରେ ପାଗରେ ପରିବର୍ତ୍ତନ ଆସିବ। ଏଣୁ ଆଜିଠାରୁ ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଏଣେ ରାଜ୍ୟ ସରକାର ମଧ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ନେଇ ସଜାଗ ଅଛନ୍ତି ଏବଂ ସମସ୍ତ ବନ୍ଦୋବସ୍ତ କରୁଛନ୍ତି।