ଭୁବନେଶ୍ବର: ବାତ୍ୟା ‘ଦାନା’ ନେଇ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ସେ କହିଛନ୍ତି, ସକାଳ ସାଢେ ୫ଟାରେ ସମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହୋଇଛି | ପାରାଦୀପ ଓ ପୁରୀ ଦେଇ ସମୁଦ୍ରକୁ ଯିବାର ଅନୁମାନ କରାଯାଉଛି | ପାରାଦୀପ ଠାରୁ ୭୩୦ କିମି ଦୂରରେ ଅଛି ବାତ୍ୟା | ଘଣ୍ଟା ପ୍ରତି୧୧୦ କିମି ବେଗରେ ପବନ ବହିପାରେ | ଜିଲ୍ଲା ପ୍ରଶାସନ ସହ ଆମେ ସମ୍ପର୍କରେ ଅଛୁ | ୨୫୦ ରିଲିଫ୍ ସେଣ୍ଟର ପ୍ରସ୍ତୁତ| ସ୍ଥାନସ୍ତାରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି| ୨୫ ତାରିଖ ସକାଳ ମହତ୍ୱପୂର୍ଣ୍ଣ ଦିନ | ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି | ପୁଲିସ ପେଟ୍ରୋଲିଙ୍ଗ ହେବ | ଅବପାତ ପାଇଁ ଗ୍ରାଉଣ୍ଡ ଜିରୋରେ ସମସ୍ତ ପ୍ରସ୍ତୁତି ସରିଛି | ପଲିଥିନ ଆବଶ୍ୟକ ହେଲେ ସବୁ ଜିଲ୍ଲାରେ ପଲିଥିନ ଗଚ୍ଛିତ କରାଯାଇଛି | ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି ହୋଇଛି | ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି | ୯ଟି ଜିଲ୍ଲାରେ ରେଡ ଆଲର୍ଟ ଓ ବାକି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଙ୍ଗ ରଖାଯାଇଛି |  ଯେଉଁମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ୍ ଓ ବିଡ଼ିଓ ଭାବେ କାର୍ଯ୍ୟ କରିଛନ୍ତି ତାଲିକା ପ୍ରସ୍ତୁତ କରାଯାଉଛି ଯେଉଁ ବିଭାଗରେ ଥିବେ ସେଠୁ ଆସି ଭିନ୍ନ ଭିନ୍ନ ଜିଲ୍ଲାକୁ ଯିବେ | ରେଡ ଜୋନ ଜିଲ୍ଲା ପାରାଦୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ୍ ଟିମ ବାହାରିସାରିଲେଣି | ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି