ଭୁବନେଶ୍ବର: ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତଙ୍କ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଯିବ ବୋଲି  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ତେବେ ବର୍ଷା ଚିନ୍ତା ବଢ଼ାଇଛି | ଜିରୋ କାଜୁଆଲିଟି ମଣିଷ ସହ ପଶୁଙ୍କୁ ସୁରକ୍ଷିତ ରଖାଯଇେଛି। ଏହି ସମୟରେ ୨୨୦୦ ଗର୍ଭବତୀ ସୁରକ୍ଷିତ ପ୍ରସବ କରିଛନ୍ତି। ଭିତରକନିକା ଗଛମାନଙ୍କୁ ଧନ୍ୟବାଦ। ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା | ଆଶା ଦିଦି ଇତିହାସ ରଚିଲେ।

Advertisment

 ଏଣେ ୪ ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ୩ଜଣ ପିଇଓ ଓ ଜଣେ ଆର ଆଇଙ୍କୁ ନିଲମ୍ବିତ କରାଯାଇଛି। ଯେଉଁମାନେ ଖିଲାଫ କରୁଛନ୍ତି କ୍ଷମା ନାହିଁ | ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ | ଆଜି ଏରିୟଲ ସର୍ଭେ କରାଯିବ | ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ | ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ନିଖୁଣ ସର୍ଭେ ପାଇଁ | ଯାହାର କ୍ଷୟ କ୍ଷତି ହୋଇଛି ଯେମିତି ବାଦ ନ ପଡ଼ିବେ।


 ସେ ଆହୁରି କହିଛନ୍ତି, ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି | ଦୁଇଟି ଟାୱାର ନଷ୍ଟ ହୋଇଛି | ଗୋଟିଏ ଗାଈ ସାପ କାମୁଡ଼ାରେ ମରିଛି | ଗୋଟିଏ ହେଲେ ଚୋରି ଓ ଅସଦାଚରଣର ରିପୋର୍ଟ ଆସିନି | ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ | କେନ୍ଦ୍ରରୁ ଟିମ ଆସିବେ ସର୍ଭେ ପାଇଁ | ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି | ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ | ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ହୋଇଛି | ପଶୁମାନଙ୍କୁ ଭ୍ୟାକସିନ ପାଇଁ ବ୍ୟବସ୍ଥା ହୋଇଛି | ବନ୍ୟା ପାଇଁ ମୟୁରଭଞ୍ଜ ବୁଢାବଳଙ୍ଗ ଉପରେ ନଜର ରଖିଛୁ |