ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଖବର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠାଯାଉଛି। ଏହାକୁ ଦୁର୍ଘଟଣା ନୁହେଁ ବରଂ ଏକ ଷଡ଼ଯନ୍ତ୍ର ଭାବରେ ଦେଖାଯାଉଛି। ଶିବସେନା ୟୁବିଟି ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଅଜିତ ପାୱାରଙ୍କ ମୃତ୍ୟୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି। ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଉପରେ କହିଛନ୍ତି, ଅଜିତ ଦାଦାଙ୍କ ଦୁର୍ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ। ଏପରି ହେବା ମଧ୍ୟ ଉଚିତ। ବିମାନ ଦୁର୍ଘଟଣାରେ କିପରି ମୃତ୍ୟୁ ହୋଇଥିଲା ଓ ଯେଉଁ ଅଭିଯୋଗଗୁଡ଼ିକ ଉଠୁଛି, ତାହାର ତଦନ୍ତ ହେବା ଉଚିତ। ମୁଁ ବିଶ୍ୱାସ କରେ ଏହି ଘଟଣର ପରଦା ପଛରେ କିଛି ରହସ୍ୟ ରହିଥିବା ପରି ମନେ ହେଉଛି।
ପ୍ରଶ୍ନ ଉଠାଇଲା ଏନ୍ସିପି
ଅଜିତ ପାୱାରଙ୍କ ମୃତ୍ୟୁ ଏନସିପି ଭିତରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ସଞ୍ଜୟ ରାଉତ କହିଛନ୍ତି, ତାଙ୍କର ମୃତ୍ୟୁ ସନ୍ଦେହଜନକ। ପରଦା ପଛରେ କିଛି ଘଟିଥିବ। ସନ୍ଦେହ ହେଉଛି। ଅଜିତ ଦାଦା କହିଥିଲେ ଯେ, ସେ ଘର ବାହୁଡ଼ିବାକୁ ଚାହାଁନ୍ତି। ଏହା ପରେ ବିଜେପି ସଦସ୍ୟମାନେ ତାଙ୍କୁ ଜଳସେଚନ ଦୁର୍ନୀତି ସହ ଜଡିତ ଫାଇଲ ନେଇ ଧମକ ଦେଇଥିଲେ। ଅଜିତଙ୍କୁ ମିଳିଥିବା ଧମକ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ଅଜିତ ଫାଇଲଗୁଡ଼ିକ ଉପରେ ଜବାବ ଦେଇଥିଲେ। ତେବେ ଏହାର ୧୦ ଦିନ ମଧ୍ୟରେ ରହସ୍ୟମୟ ଭାବରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଧିକପଢ଼ନ୍ତୁ:ଭାରତ-ଇୟୁ ଚୁକ୍ତି: ପାକିସ୍ତାନର ଶୂନ-ଶୁଳ୍କ ମଧୁଚନ୍ଦ୍ରିକା ଶେଷ, ସଙ୍କଟରେ ୧ କୋଟି ଚାକିରି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/02/untitled-2026-02-02-14-03-52.jpeg)