ଭୁବନେଶ୍ବର: ବିଜେପି ଉପରେ ଲୋକେ ଭରସା କରିଥିବାରୁ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି। ଆଜି ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି। 

Advertisment

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେତେ ଥର ହାରିଛୁ। ଅନ୍ୟକୁ ଦୋଷ ନ ଦେଇ ବିରୋଧୀ ପରାଜୟର ଆତ୍ମସମୀକ୍ଷା କରନ୍ତୁ।

୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୭୮୩୨ ଭୋଟରେ ଆଗୁଆ

ନୂଆପଡ଼ା ଉପନିର୍ବାଚନର ୧୬ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଢେର ଆଗରେ ଅଛନ୍ତି। ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୭୮୩୨ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୬ ରାଉଣ୍ଡରେ ୭୮,୫୦୭ ଭୋଟ୍ ପାଇଥିବା ବେଳେ ତାପଛକୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ବିତୀୟ ସ୍ଥାନରେ ରହି ୨୪,୬୩୫ ଭୋଟ୍  ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୪, ୨୫୧ ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି।