ଭୁବନେଶ୍ବର: ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।
ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।
ସେ ଆହୁରି କହିଛନ୍ତି, ବଜ୍ରପାତ ଦ୍ୱାରା ସର୍ବାଧିକ ଲୋକ ମୟୁରଭଞ୍ଜ, ବାଲେଶ୍ଵରଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖି ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)