ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ସାବତ ବାପାକୁ ପୁଲିସ ଗିରଫ କରିଛି। ସୂଚନାରୁ ପ୍ରକାଶ ଯେ କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ବିଧବା ମହିଳା ନିଜର ନାବାଳିକା ଝିଅ ଓ ନାବାଳକ ପୁଅ ସହ ରୁହନ୍ତି। ଉକ୍ତ ମହିଳାଙ୍କ ସହିତ ରଘୁନାଥପାଲି ଥାନା ଅଞ୍ଚଳରେ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ସଂପର୍କରେ ଥିଲେ।
ଗତ ୨୨ ତାରିଖ ଦିନ ମହିଳା ଜଣକ ଘରେ ନଥିବାବେଳେ କୃଷ୍ଣଚନ୍ଦ୍ର ଝିଅକୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ଏସମ୍ପର୍କରେ ନାବାଳିକା ତାଙ୍କ ମା’ଙ୍କୁ ଜଣାଇବା ପରେ ମହିଳା ଜଣକ କୁଆରମୁଣ୍ଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Arrest | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/18/gdIf54EBIzoGWXnr3HUM.jpg)