ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ଖଣି ଦୁର୍ନୀତି ମାମଲାରେ ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖଣି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେବା ପରେ ଏଭଳି ବଡ଼ ବୟାନ ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ। ସେ କହିଛନ୍ତି, ଖଣି ଦୁର୍ନୀତିର ମୂଳୋତ୍ପାଟନ ହେବ। ଖଣି ଦୁର୍ନୀତି ମାମଲାରେ ଥିବା ସମସ୍ତ ଦୋଷୀଙ୍କୁ ଖୋଜି ବାହାର କରାଯିବ ଏବଂ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ସୁନ୍ଦରଗଡ଼ରେ କଳା ହୀରା ଚୋରି ନେଇ ଗତମାସରେ ଲଗାତାର ଖବର ପ୍ରସାରଣ କରାଯାଇଥିଲା। ପୋକଲିନ୍, ଡ୍ରିଲିଂ ମେସିନ୍ ସହାୟତାରେ ଶହେରୁ ଅଧିକ କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଉତ୍ତୋଳନ ହୋଇଥିବାର ଚିତ୍ର ରାଜ୍ୟବାସୀଙ୍କ ସାମନାକୁ ଆସିଥିଲା। ଏପରିକି ଉପବାଚସ୍ପତି ଭବାନୀ ଭୋଇ ମଧ୍ୟ ସୁନ୍ଦରଗଡ଼ରେ ଖଣି ଚୋରି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାପରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରିଥିଲେ। ରିପୋର୍ଟ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲ ଅଞ୍ଚଳରେ ହୋଇଥିବା ବେଆଇନ ଖଣି ଉତ୍ତୋଳନ ଓ ଚୋରା କାରବାରର ଭିଜିଲାନ୍ସ ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନ୍ରୁ ଅଧିକ କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ। ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଗୋପାଳପୁର, ୩ଟି ରତ୍ନସୋରା ଓ ୫ଟି ଭୋଗରାକଚର ଗ୍ରାମରେ ଅବସ୍ଥିତ। ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି। ଏହାସହ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଓ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି। ସେହିପରି କୋଇଡ଼ା ତହସିଲ ଅଧୀନ ମାଲଦା, ପଟାବେଡ଼ା ସାନପୁଟୁଳି, କୋଲମଙ୍ଗ ଓ ରୁସିବେଣୁଆରେ ୫୦ଟି ବେଆଇନ ମାଙ୍ଗାନିଜ ଓ ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ ଓ ଲୁହାପଥର ଉତ୍ତୋଳନ କରାଯାଇଛି। ଏହି ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା, ୧୦ଟି ମାଲଦା, ୨୦ଟି କୋଲମଙ୍ଗ ଓ ଅବଶିଷ୍ଟ ୪ଟି ସାନପୁଟୁଳି, ରୁସିବେଣୁଆ ଗ୍ରାମରେ ରହିଛି। ଏସବୁ ଖଣିଗୁଡ଼ିକରୁ ୨୦ ହଜାର ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ମାଙ୍ଗାନିଜ ଓ ୧୨୦୦ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଆଇରନ୍ ଓର୍ ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ସୁନ୍ଦରଗଡ଼ରେ କଳା ହୀରା ଚୋରି ନେଇ ଗତମାସରେ ଲଗାତାର ଖବର ପ୍ରସାରଣ କରାଯାଇଥିଲା। ପୋକଲିନ୍, ଡ୍ରିଲିଂ ମେସିନ୍ ସହାୟତାରେ ଶହେରୁ ଅଧିକ କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଉତ୍ତୋଳନ ହୋଇଥିବାର ଚିତ୍ର ରାଜ୍ୟବାସୀଙ୍କ ସାମନାକୁ ଆସିଥିଲା। ଏପରିକି ଉପବାଚସ୍ପତି ଭବାନୀ ଭୋଇ ମଧ୍ୟ ସୁନ୍ଦରଗଡ଼ରେ ଖଣି ଚୋରି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାପରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରିଥିଲେ। ରିପୋର୍ଟ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
bibhuti bhusan jena