ଭୁବନେଶ୍ବର: ବିଏମ୍‌ସି(ଭୁବନେଶ୍ବର ମହାନଗର ନିଗମ)ର ଶ୍ରମିକମାରଣ ନୀତି ବିରୁଦ୍ଧରେ ରାଜଧାନୀର ସଫେଇ ମଜଦୂର ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଦରମା ବୃଦ୍ଧି ଓ ବୋନସ ଦାବିରେ ଧାରଣାରେ ବସିବେ ସଫେଇ କର୍ମଚାରୀ। ଆସନ୍ତାକାଲି ଦାବି ନଶୁଣିଲେ ମଙ୍ଗଳବାରଠୁ ହେବ ଝାଡ଼ୁ ବନ୍ଦ ଆନ୍ଦୋଳନ।

Advertisment

ଚାରି ଦଫା ଦାବି ଯଥା ମୃତ୍ୟୁ ପରେ ଅନୁଦାନ, ଇପିଏଫ୍, ଇଏସ୍‌ଆଇ ଓ ଦରମା ବୃଦ୍ଧି ସାଙ୍ଗକୁ ବୋନସ ଦାବିରେ ଆସନ୍ତାକାଲି କାମ ସାରି ବିଏମ୍‌ସି ଅଫିସରେ ଧାରଣାରେ ବସିବା ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ ମଜଦୂର ସଂଘ। ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପି ଏଚ ଆର୍, ପି ଏମ ଆର, ଆୱାର ଲ୍ୟାଣ୍ଡ, ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏକାଠି ହେବା ନିଷ୍ପତ୍ତି ନେଇଛନ୍ତି। ତେବେ ଗତବର୍ଷ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା। କିନ୍ତୁ ଚଳିତ ବର୍ଷ ବୋନସ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଗୋଟେ ପଟେ ସାମାଜିକ ସୁରକ୍ଷା ମିଳୁନଥିବା ବେଳେ ଶ୍ରମିକ ମାରଣ ନୀତି ବିଏମ୍‌ସି ଆପଣାଉଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଆସନ୍ତାକାଲି ସଫେଇ କାମ ସାରି ଧାରଣାରେ ବସିବା ନିଷ୍ପତ୍ତି ନେଇଛନ୍ତି । ଯଦି ଦାବି ନଶୁଣାଯାଏ ତାହାଲେ ମଙ୍ଗଳବାର ଠାରୁ ଝାଡ଼ୁବନ୍ଦ କରିବା ନିଷ୍ପତ୍ତି ନେଇଥିବା କହିଛନ୍ତି।

ଚାରି ଦଫା ଦାବି ଯଥା ମୃତ୍ୟୁ ପରେ ଅନୁଦାନ, ଇପିଏଫ୍, ଇଏସ୍‌ଆଇ ଓ ଦରମା ବୃଦ୍ଧି ସାଙ୍ଗକୁ ବୋନସ ଦାବିରେ ଆସନ୍ତାକାଲି କାମ ସାରି ବିଏମ୍‌ସି ଅଫିସରେ ଧାରଣାରେ ବସିବା ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ ମଜଦୂର ସଂଘ। ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପି ଏଚ ଆର୍, ପି ଏମ ଆର, ଆୱାର ଲ୍ୟାଣ୍ଡ, ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏକାଠି ହେବା ନିଷ୍ପତ୍ତି ନେଇଛନ୍ତି। ତେବେ ଗତବର୍ଷ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା। କିନ୍ତୁ ଚଳିତ ବର୍ଷ ବୋନସ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଗୋଟେ ପଟେ ସାମାଜିକ ସୁରକ୍ଷା ମିଳୁନଥିବା ବେଳେ ଶ୍ରମିକ ମାରଣ ନୀତି ବିଏମ୍‌ସି ଆପଣାଉଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଆସନ୍ତାକାଲି ସଫେଇ କାମ ସାରି ଧାରଣାରେ ବସିବା ନିଷ୍ପତ୍ତି ନେଇଛନ୍ତି । ଯଦି ଦାବି ନଶୁଣାଯାଏ ତାହାଲେ ମଙ୍ଗଳବାର ଠାରୁ ଝାଡ଼ୁବନ୍ଦ କରିବା ନିଷ୍ପତ୍ତି ନେଇଥିବା କହିଛନ୍ତି ।