ଭୁବନେଶ୍ବର: ବିଦ୍ୟାଳୟ ହେଉଛି ଶିକ୍ଷାରୂପୀ ମନ୍ଦିର। ଛାତ୍ରଛାତ୍ରୀମାନେ ହେଉଛନ୍ତି ଏହି ପ୍ରତୀକାତ୍ମକ ମନ୍ଦିରରେ ଦେବୀଦେବତା, ଯେଉଁଠି ଶିକ୍ଷକ-ଶିକ୍ଷୟିତ୍ରୀ ହେଉଛନ୍ତି ପୂଜାରୀ। ମନ୍ଦିରରେ ପୂଜାରୀଙ୍କ କାମ ହେଉଛି, ଶ୍ରଦ୍ଧାର ଓ ଭକ୍ତିର ସହିତ ଦାୟିତ୍ବ ତୁଲାଇବା। ବିଦ୍ୟାଳୟ ରୂପକ ମନ୍ଦିରରେ ଭଲ ପାଠ ସହିତ ବୁଦ୍ଧି ଓ ବିଦ୍ୟା ଶିକ୍ଷା ଗ୍ରହଣ କରିବେ ବୋଲି ପିଲାମାନଙ୍କୁ ଅଭିଭାବକ ପଠାଇ ଥାନ୍ତି। ସକାଳ ବେଳା ଭଲରେ ସ୍କୁଲରେ ଛାଡ଼ି ଦେଇଥାନ୍ତି ଏବଂ ପିଲାମାନେ ଭଲରେ ଘରକୁ ଫେରିବେ ବୋଲି ଆଶା ମଧ୍ୟ ରଖିଥାନ୍ତି। ଏହାରି ମଧ୍ୟରେ ତାଙ୍କର ପିଲାମାନେ ଯଦି କୌଣସି ଅନାବଶ୍ୟକ ଆଘାତ ପାଇ ଘରକୁ ଫେରନ୍ତି, ତା’ହେଲେ ନିଶ୍ଚିତ ଭାବେ ସେମାନଙ୍କୁ ଖରାପ ଲାଗିବା ଲାଗୁଥିବା। ରାଜଧାନୀ ଭୁବନେଶ୍ବରରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ଅଭିଭାବକମାନଙ୍କୁ ଭୟ କରାଇ ଦେଇଛି। 

Advertisment

କମିସନରେଟ୍‌ ପୁଲିସ ଅଧୀନ ଏକ ଘରୋଇ ବିଦ୍ୟାଳୟରେ ଆଜି ଜଣେ ଛାତ୍ରୀ ଲହୁଲୁହାଣ ହୋଇଛନ୍ତି। ଛାତ୍ରୀଙ୍କୁ ତାଙ୍କର ବିଦ୍ୟାଳୟର ଶିକ୍ଷୟିତ୍ରୀ ନିସ୍ତୁକ ମାଡ଼ ମାରିଛନ୍ତି। ଶିକ୍ଷୟିତ୍ରୀ ଜଣକ କ୍ରୋଧର ବଶବର୍ତ୍ତୀ ହୋଇ ନିଜର ଦାୟିତ୍ବ ଏବଂ କର୍ତ୍ତବ୍ୟକୁ ଭୁଲି ଯାଇଛନ୍ତି। ସୀମା ଅତିକ୍ରମ କରି ନିଷ୍ପାପ ଶିଶୁକୁ ଲହୁଲୁହାଣ କରିଦେଇଛନ୍ତି। ମାଡ଼ ମାରି ଆଖି ନଷ୍ଟ କରିଦେବା ଅଭିଯୋଗରେ ଶିକ୍ଷୟତ୍ରୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। 

ସୂଚନା ଅନୁସାରେ ଡୁମଡୁମା ଫେଜ୍‌-୨ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଜି ଏହି ଅଭବନୀୟ ଘଟଣା ଘଟିଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଲହୁ ଲୁହାଣ କରିଦେଇଛନ୍ତି। ପିଲାକୁ ଗଣିତ ଆସିଲାନି ବୋଲି ମାଡ଼ ଖାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ୯ ବର୍ଷ ବୟସର ଛାତ୍ରୀଙ୍କୁ ଏକ ନେତ୍ର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟପଟରେ ସ୍କୁଲ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଜାଣିଶୁଣି କିମ୍ବା କାହା ଉପରେ ଆକ୍ରୋଶ ରଖି କେବେ ବି ଏଭଳି କରି ହେବ ନାହିଁI ମୁଁ ଏହି ଘଟଣା ପାଇଁ ଦୁଃଖିତI ଗାଲକୁ ଟିକେ ଠେଲୁଠେଲୁ ଏମିତିକା ବାଜିଯାଇଛିI  

 Bhubaneswar | Odisha police