ନୀଳଗିରି: ଆଦିବାସୀ ଜନଜାତି ଓ ଜାତି ତଥା ପଛୁଆବର୍ଗର ପିଲାମାନଙ୍କୁ ସରକାରଙ୍କ ତରଫରୁ ରହିବା, ଖାଇବା ଏବଂ ମାଗଣାରେ ପାଠପଢ଼ାଇ ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଭିନ୍ନ ଆଶ୍ରମ, ସେବାଶ୍ରମ ଏବଂ ଅନ୍ୟାନ୍ୟ ଦେୟମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠା କରି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନପାଇଁ ପ୍ରୋତ୍ସାହନ ଯୋଗାଇଦେଉଛନ୍ତି। ଏଣେ ନୀଳଗିରି ବ୍ଲକରେ ଜଣେ ଆଦିବାସୀଛାତ୍ରକୁ ଲୁହା ଶିକୁଳିରେ ବାନ୍ଧିରଖିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁଜିୟୁପି ବିଦ୍ୟାଳୟରେ ୪୦ସିଟ ଥାଇ ଏକ ହଷ୍ଟେଲରେ ଆଖପାଖ ଅଂଚଳର ପିଲା ପାଠପଢନ୍ତି। ଉକ୍ତ ହଷ୍ଟେଲରେ ନିକଟବର୍ତ୍ତୀ କମ୍ଭାରଖଲିଆ ଗ୍ରାମର ମଳୟ ସିଂ ନାମକ ଚତୁର୍ଥ ଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବା ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଉକ୍ତ ଘଟଣା ଜାଣି ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତକରି ଏଭଳି ନିନ୍ଦନୀୟ, ଜଘନ୍ୟ କାଣ୍ଡପାଇଁ ତତନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଖଟିବାକୁ ଯାଇଥିଲେ ମୟୂରଭଂଜର ଯୁବକ, ଘରକୁ ଫେରୁଛି ଶବ

ତେବେ ଛାତ୍ରଜଣକ ବାରମ୍ବାର ହଷ୍ଟେଲରୁ ଲୁଚି ଘରକୁ ପଳାଇ ଯାଉଥିବାରୁ ତାକୁ ବାନ୍ଧି ଦେଇଥିବା ହଷ୍ଟେଲ ଭାଇ ସମ୍ବୋଧନ କରୁଥିବା ବାଳକ ଜଣକ ଭିଡିଓରେ କହୁଥିବା ଜଣାଯାଇଛି। ତେବେ ରାଜ୍ୟସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଥିବା ବେଳେ ଦୀର୍ଘ ୧୦ଦିନ ଧରି ଛାତ୍ରଜଣକୁ ବେଡ଼ି ପକାଇ ରଖିବା ମାନବୀୟ ଉଲ୍ଲଂଘନ ବୋଲି ବୁଦ୍ଧିଜୀବୀମାନେ କହୁଥିବାବେଳେ ଛାତ୍ରର ବାପା ପିଲାର ଏପରି ଦୁଷ୍ଟାମିପାଇଁ ବାନ୍ଧି ରଖିବାକୁ କହିଥିବା ହଷ୍ଟେଲ ଚାର୍ଜରେ ଥିବା ଶିକ୍ଷକ କହୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Doctor: ଶବକୁ ବି ଯନ୍ତ୍ରଣା: ୭୦ କିମି ବୋହୁଛନ୍ତି ସମ୍ପର୍କୀୟ, ବିପଦସଂକୁଳ ଗୃହକୁ ଯିବାକୁ ଡାକ୍ତର ଅମଙ୍ଗ

ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ତେବେ ନୀଳଗିରି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ ଘଟଣା ବିଷୟରେ ଅବଗତ ଥିବା କହିଥିବା ବେଳେ ଆଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ବାଗୁଡାଇ କହିଛନ୍ତି, ମୁଁ ତ ସ୍କୁଲରେ ନଥିଲି ସ୍କୁଲରୁ ପିଲାଟି ବାରମ୍ବାର ପଳାଇଯାଉଥିବାରୁ ପିଲାର ବାପା ତାକୁ ଆଣି ବାନ୍ଧିଥିଲେ ବୋଲି ଶୁଣିବାକୁ ପାଇଲା ପରେ ତାକୁ ଯାଇ ଶିକୁଳି ମୁକ୍ତ କରି ପାଠ ପଢିବାକୁ ଛଡାଯାଇଛି। ସ୍କୁଲର କିଛି କୁଚକ୍ରୀ ଶିକ୍ଷକ ମତେ ବଦନାମ କରିବା ପାଇଁ ଏପରି ଭିଡିଓ ଭାଇରାଲ କରୁଛନ୍ତି ବୋଲି ସେ କହିଛନ୍ତି।