ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥିତ କୁଆଖାଇ ନଦୀର ବାଲିଯାତ୍ରା ପଡ଼ିଆ ନିକଟ ଘାଟରୁ ଆଜି ସନ୍ଧ୍ୟାରେ ଉଦ୍ଧାର ଛାତ୍ର ଡାକ୍ତରଖାନାରେ ମୃତ ଘୋଷଣା ହୋଇଛି। ମୃତ ଛାତ୍ର ହେଲେ ଅଙ୍କନ ତ୍ରିପାଠୀ (୧୯)। ସେ ଥିଲେ ଜଣେ ବି ଫାର୍ମା ଛାତ୍ର। ଏହି ଅଞ୍ଚଳର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପଢୁଥିଲେ। 

Advertisment

ସୂଚନା ଅନୁସାରେ ଅଙ୍କନ ତ୍ରିପାଠୀ ଆଜି ଅପରାହ୍‌ଣ ୪ଟାରେ ବାଲିଯାତ୍ରା ପଡ଼ିଆ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। ତାଙ୍କ ସାଥୀରେ ଅନ୍ୟ ୪ ଜଣ ସାଙ୍ଗ ମଧ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ଗାଧୋଇବା ବେଳେ ଅଙ୍କନଙ୍କ ସହିତ ଆଉ ଜଣେ ନଈର ଗଭୀର ସ୍ରୋତକୁ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହାୟତରେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥବା ବେଳେ ଅଙ୍କନ ନିଖୋଜ ଥିଲେ। 

ରାଜଧାନୀ ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପ୍ରତିବର୍ଷ ଅଘଟଣ ଘଟୁଛି। ଏହି ନଦୀର ଜଳସ୍ରୋତ ଅନେକଙ୍କ ଜୀବନ ନେଉଛି। ମୁଖ୍ୟତଃ ଯୁବପିଢ଼ି ଏହାର ଶିକାର ହେଉଛନ୍ତି। ପ୍ରଶାସନିକ ସଚେତନତାର ଅଭାବ ଏବଂ ଯୁବପିଢ଼ିଙ୍କର ମାତ୍ରାଧିକ ଉତ୍ସାହ ମୃତ୍ୟୁର କାରଣ ବୋଲି ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି। 

ସୂଚନା ପାଇଁ ଶୈଳଶ୍ରୀ ବିହାର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଙ୍କନଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

metro | Bhubaneswar