କୋରାପୁଟ: କୋରାପୁଟର ପ୍ରେଟୀ ପିଟାଲସ୍ ପ୍ଲେ ସ୍କୁଲରେ ନିଆରା ଢ଼ଙ୍ଗରେ ପରିବେଶକୁ ନେଇ ସଚେତନତା ସୃଷ୍ଟି କରାଯାଇଛି। ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଆଦିଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏପରିକି ସବୁ ସବୁଜ ରଂଗରେ ଦେଖାଯାଇଥିଲେ। କୁନିକୁନି ଛାତ୍ରଛାତ୍ରୀମାନେ ସବୁଜ ରଂଗର ଫୁଲ ଓ ଫଳ ଓ ଗଛ ବେଶରେ ସ୍କୁଲକୁ ଆସିଥିଲେ। ବିଭିନ୍ନ ବେଶରେ ଆସିଥିବା ପିଲାମାନେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା। ସେହିପରି ଅଭିଭାବକମାନେ ମଧ୍ୟ ସବୁଜ ରଂଗର ସାର୍ଟପ୍ୟାଣ୍ଟ ଓ ଶାଢ଼ି ପିନ୍ଧି ସ୍କୁଲକୁ ଆସିଥିଲେ। ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବି ସବୁଜ ପୋଷାକରେ ଦେଖାଦେଇଥିଲେ। ସଂପୁର୍ଣ୍ଣ ସ୍କୁଲ ସବୁଜମୟ ଦେଖାଯାଇଥିଲା।

Advertisment

କୋରାପୁଟ ପୂର୍ବରୁ ସବୁଜ ରଂଗରେ ହରାଭରା ଦିଶୁଥିଲା। ଏଠାକାର ଜଳବାୟୁ ଓ ପରିବେଶକୁ ନେଇ ସବୁ ଉଦାହରଣ ଦେଇ ଆସୁଥିଲେ। ଆଜି ସେହି ସ୍ଥିତି ନଥିବାରୁ କୁନି କୁନିଛାତ୍ରଛାତ୍ରୀ ଓ ଅଭିଭାବକ, ସ୍କୁଲର ଶିକ୍ଷକ ସମସ୍ତଙ୍କୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ଅଧ୍ୟକ୍ଷା ମାଧୁରୀ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମକୁ ସାଧାରଣରେ ସ୍ବାଗତ କରାଯାଇଛି। ସ୍କୁଲରେ ପ୍ରତ୍ୟେକ ମାସରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି ବହୁ ଅଭିଭାବକ।