ଘୁ.ଉଦୟଗିରି: ରେଳ, ଶିଳ୍ପ ବିହୀନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା କନ୍ଧମାଳ ଜିଲ୍ଲାରେ ମାଳମାଳ ପର୍ଯ୍ୟଟନସ୍ଥଳ ରହିଥିବା ବେଳେ ସରକାରଙ୍କ ଆନ୍ତରିକତାର ଅଭାବରୁ ଏଗୁଡ଼ିକ ଦୃଷ୍ଟି ଆଢୁଆଳରେ ରହି ଯାଉଛି। ପର୍ଯ୍ୟଟନସ୍ଥଳର ବିକାଶ ହୋଇପାରୁ ନାହିଁ। ପର୍ଯ୍ୟଟନସ୍ଥଳ ବିକାଶରେ ହିଁ କନ୍ଧମାଳର ଆର୍ଥିକ ବିକାଶ ଯୋଡି ହୋଇ ରହିଥିବା ବେଳେ ଗୁରୁତ୍ବ ଦେଉନି ବିଭାଗ। ଫଳରେ ଯୁବପିଢି କାମ ଧନ୍ଦା ନପାଇ ଅନ୍ୟ ରାଜ୍ଯ ଦାଦନ ଘଟିବାକୁ ବାଧ୍ଯ ହେଉଛନ୍ତି।
ଏବେ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଦେଇ ସାରି କୌଣସି କଲେଜରେ ସମର କୋର୍ସ କରିବା ସ୍ଥାନରେ ପେଟ ପାଇଁ କେରଳରେ ଖଟୁଛନ୍ତି ନାବାଳକ ଏବଂ ଯୁବ ଗୋଷ୍ଠୀ। ଅର୍ଥ ଅଭାବରୁ ପାଠ ପଢିବା ବୟସରେ ହାତରେ ବହି ଖାତା କଲମ ଧରିବା ବଦଳରେ ହାତୁଡି ଧରି ମୁଣ୍ଡର ଝାଳ ତୁଣ୍ଡରେ ମାରି ବଞ୍ଚିବା ପାଇଁ କେରଳରେ ଏବେ ଶତାଧିକ ଛାତ୍ରଛାତ୍ରୀ ସଂଘର୍ଷ କରୁଛନ୍ତି।
କନ୍ଧମାଳ ଜିଲ୍ଲାରେ ସରକାର ଯଦି ପ୍ରକୃତରେ ବିକାଶ କରିବାକୁ ଚାହାଁନ୍ତି, ଦାଦନ ରୋକିବାକୁ ଚାହାଁନ୍ତି, ଯୁବକଙ୍କ ହାତକୁ କାମ ଦେବାକୁ ଚାହାଁନ୍ତି, ସ୍ୱାବଲମ୍ବୀ କରିବାକୁ ଚାହାଁନ୍ତି ତାହାହେଲେ ପଯ୍ଯଟନସ୍ଥଳକୁ ଗୁରୁତ୍ବ ଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ କୁହନ୍ତି।
ପ୍ରତି ସପ୍ତାହରେ ଯାତ୍ରୀବାହୀ ବସ୍ କେରଳ ଯାଉଥିବା ବେଳେ ଯୁବକ ଶୂନ୍ଯ ହେଲାଣି କନ୍ଧମାଳ। ଆର୍ଥିକ ସ୍ୱଛଳ ଥିବା ପରିବାର ପୁଅ ଝିଅ ଭଲଭଲ କଲେଜରେ ସମର କୋର୍ସ (ଗ୍ରୀଷ୍ମକାଳୀନ ପାଠ୍ୟକ୍ରମ ଶିବିର)ରେ ଯୋଗ ଦେଉଥିବା ବେଳେ ଗରିବ, ଆଦିବାସୀ ଆର୍ଥିକ ଅନଟନରେ ଦେଇ ଗତି କରିଥିବା ପରିବାର ପୁଅ ଝିଅ ନିଜ ଇଛା ମୁତାବକ ପାଠ ମଧ୍ଯ ପଢି ପାରୁନାହାନ୍ତି। କାରଣ ପେଟକୁ ଦାନା ଯୋଗାଡ କରିବା ପାଇଁ ନିଜ ଭାଗ୍ଯ ଭବିଷ୍ଯତକୁ ଦଳି ମକଚି ଦେବାକୁ ବାଧ୍ୟ ହେଉଛନ୍ତି। ହାତରେ ବହି ରହିବା ସ୍ଥାନରେ ବିପଦ ସଂକୁଳ କାମ କରୁଛନ୍ତି ନାବାଳକ ଛାତ୍ରଛାତ୍ରୀମାନେ।
ବହୁ ସ୍ଥାନରେ ସେମାନେ ନିର୍ଯ୍ୟାତନା ଶିକାର ହେଉଥିବା ବେଳେ ଦଦାଲମାନେ ମାଲେମାଲ ହେବାରେ ଲାଗିଛନ୍ତି। କେମିତି ଯାଉଛନ୍ତି, କେଉଁଆଡେ ଯାଉଛନ୍ତି, କଣ ପାଇଁ ଯାଉଛନ୍ତି, କେତେ ସୁରକ୍ଷିତ ଯାଉଛନ୍ତି, ବୁଝିବାକୁ କେହି ନାହାଁନ୍ତି। ଛାତ୍ରଛାତ୍ରୀମାନେ ପାଠ ପଢିବା ସମୟରେ କେରଳରେ ପେଟ ପାଇଁ କାମ କରିବା ଦୁଭାର୍ଗ୍ୟଜନକ। ତେଣୁ ସରକାର ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଯୁବ ସମାଜସେବୀ ରାଜେଶ ବଗର୍ତ୍ତି, ଆମନ ଚନ୍ଦ୍ର ନାୟକ ଏବଂ ହୃଷିକେଶ ପ୍ରଧାନଙ୍କ ସମେତ ବହୁ ସମାଜସେବୀ ଦାବି କରିଛନ୍ତି।
Kerala | India
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/16/AqGaWCbVshAIiXkVbTHs.jpg)