ଭୁବନ‌େଶ୍ବର: ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ସେ କହିଛନ୍ତି, ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଛି। ତେବେ ଏହି  ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ। ବାକି ଆବେଦନଗୁଡ଼ିକ ଜମି ଯୋଗ୍ୟତା କାରଣ ପାଇଁ ବାଦ ପଡ଼ିଛି। ବ୍ଲକ ସ୍ତରରେ ରିପୋର୍ଟ ପହଞ୍ଚିଛି, ସେମାନଙ୍କର ମଧ୍ୟ ଯାଞ୍ଚ ହୋଇ ସାମିଲ କରାଯିବ। ୫ ଲକ୍ଷ ମିସ୍ ମ୍ୟାଚ୍ ମାମଲାର ସମାଧାନ ହୋଇପାରିନାହିଁ। ସେମାନଙ୍କର ମୋବାଇଲ୍ ସହ ଆଧାର ଲିଙ୍କ ଯୋଡ଼ାଯିବା ପରେ ପୁଣି ଥରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

 ୫ ଲକ୍ଷ ମିସ୍ ମ୍ୟାଚ୍ ମାମଲାର ସମାଧାନ ହୋଇପାରିନାହିଁ। ସେମାନଙ୍କର ମୋବାଇଲ୍ ସହ ଆଧାର ଲିଙ୍କ ଯୋଡ଼ାଯିବା ପରେ ପୁଣି ଥରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରୁ ୨ ଲକ୍ଷ ୬୭ ହଜାର ଆବେଦନକାରୀ ବିଭିନ୍ନ କାରଣ ପାଇଁ ବାଦ ପଡ଼ିଥିଲେ। ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଡିସୁଭଦ୍ରା ଟଙ୍କା ଦିଆଯିବ।ଓମାନଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଗୁରୁବାର ବୈଠକ କରି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।