କୋରାପୁଟ(ପ୍ରଦୀପ ପାଢ଼ୀ): ତୀରମାଡ଼ରେ ଗୁରୁତର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବକଙ୍କ ଜୀବନ ବଞ୍ଚି ଯାଇଛି। କୋରାପୁଟ ବଡ଼ମେଡିକାଲ କଲେଜର ଡାକ୍ତରମାନେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି। ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଯୁବକଙ୍କ ସଫଳ ଅସ୍ତ୍ରୋପାଚାର ହୋଇଛି। ଏଥି ପାଇଁ ଡାକ୍ତରୀ ଟିମ୍‌କୁ ଅଢ଼େଇ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଛି। ‌ଶେଷରେ ଯୁବକଙ୍କ ପେଟରୁ ତୀର ବାହାରିଛି। ତୀରଟି ଅନ୍ତଃନଳୀ କଟି ୬ ଇଞ୍ଚ ପେଟ ଭିତରେ ପଶିଥିଲା। 

Advertisment

ଏଭଳି ଏକ ସଫଳ ଅସ୍ତ୍ରୋବପଚାର କରିଛନ୍ତି ସର୍ଜରୀ ଓ ନିଶ୍ଚେତକ ବିଭାଗର ଡାକ୍ତରମାନେ। ଗତକାଲି  ଏଭଳି ଅଭାବନୀୟ ଘଟଣା ଘଟିଥିଲା ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତର ପାକନାଗୁଡା ଗ୍ରାମରେ। 

ପୋକନାଗୁଡା ଗ୍ରାମର ଲକ୍ଷ୍ମଣ ଗୌଡ ଘରକୁ ଫେରିବା ସମୟରେ ସେହି ଗ୍ରାମର ବିଶ୍ବନାଥ ଗୌଡ ଲକ୍ଷ୍ମଣଙ୍କ ଉପରକୁ ତୀର ମାରିଥିଲା। ଲକ୍ଷ୍ମଣଙ୍କ ପେଟରେ ଏହି ତୀର ଗଳିଯାଇଥିଲା। ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅସ୍ତ୍ରୋେପଚାର ପାଇଁ କୋରାପୁଟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ରାତି ଘ.୮.୧୫ ମିନଟରେ ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା। ତୁରନ୍ତ ସର୍ଜରୀ ଓ ନିଶ୍ଚେତକ ବିଭାଗର ଡାକ୍ତରମାନଙ୍କୁ ଡାକରା ଯାଇଥିଲା। ଘ.୧୦.୧୫ ମିନଟ ସମୟରେ ଅସ୍ତ୍ରୋପଚାର ଗୃହ ମଧ୍ୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିଥିଲେ ସର୍ଜରୀ ବିଭାଗର ଏସୋସିଏଟ୍ ପ୍ରଫେସର ଡା.ସୁଭବ୍ରତ ଦାସ, ସହକାରୀ ପ୍ରଫେସର ଅଭିଶେକ ପାତ୍ର, ନିଶ୍ଚେତକ ବିଭାଗର ଏସୋସିଏଟ୍ ପ୍ରଫେସର ଡା. ମୃତ୍ୟୁଞ୍ଜୟ  ମଲ୍ଲିକ, ଡା.ଗୋପାଳ କୃଷ୍ଣ ନାୟକ, ଡା.ଗାୟତ୍ରୀ ମଲ୍ଲିକ ଓ ଟିମ୍।

ଡାକ୍ତରମାନେ କହିଛନ୍ତି ଥିବା ତୀରଟି ପେଟର ଗୋଟିଏ ପଟରୁ ଅନ୍ୟ ପଟକୁ ବାହାରିବା ଅବସ୍ଥାରେ ରହିଥିଲା। ଦେଢ଼ ଲିଟର ରକ୍ତ ପେଟରୁ ବାହାରିପଡିଥିଲା। କୋରାପୁଟକୁ ଆଣିବା ବିଳମ୍ବ ହୋଇଥିଲେ ବଞ୍ଚିବା କଷ୍ଟକର ହୋଇଥାନ୍ତା। ତୀରଟି ପେଟ ଭିତରେ କେତେ ପଶିଥିଲା ଜାଣିପାରୁନଥିଲୁ।ଡାକ୍ତରୀ ଟିମ୍ ପାଇଁ ଏହା ଚାଲେଞ୍ଜ ରହିଥିଲା। ତୀରଟି ଏପରି ଜାଗାରେ ପଶିଥିଲା ସେଭଳି ସ୍ଥିତିରେ ଏପରିକି ନିଶା ଦେବା ପାଇଁ ଅବସ୍ଥା ଠିକ ନଥିଲା। ବହୁ କଷ୍ଟରେ ନିଶା ଦେବାରେ ସଫଳ ହେବା ପରେ ଅସ୍ତ୍ରୋକପଚାର ପାଇଁ ଉପଯୋଗୀ ହୋଇପାରିଲା।

ତୀରର ଓସାର ପ୍ରାୟ ୭ ସେମି ରହିଥିବା ବେଳେ ପେଟକୁ କାଟିବା ପରେ ଜଣାପଡିଲା ଯେ ତୀରଟି ପେଟ ଭିତରେ ୨ଟି ଜାଗାରେ ଅନ୍ତଃନଳୀଟି କଟିଥିବା ବେଳେ ୨ଟି ସ୍ଥାନରେ ଅନ୍ତଃନଳୀକୁ ଛିଦ୍ର କରି ପ୍ରାୟ ୬ ଇଞ୍ଚ ପେଟ ଭିତରେ ପଶିଥିଲା। ରାତି ୧ ଘଣ୍ଟା ପର୍ଯ୍ୟନ୍ତ ପୁରା ଡାକ୍ତରୀ ଟିମ୍ ଅସ୍ତ୍ରୋଃପଚାର କରିବା ପରେ ସଫଳ ହୋଇଥିଲା। ଏବେ ରୋଗୀ ସୁସ୍ଥ ରହିଛି ବୋଲି କହିଛନ୍ତି। ତେବେ ଏଭଳି ତୀର ମାଡରେ ଅସ୍ତ୍ରୋ ପଚାର ମେଡିକାଲ କଲେଜ ରେ ବିରଳ ବୋଲି କୁହାଯାଉଛି। ରୋଗୀର ପରିବାର ଲୋକେ ଡାକ୍ତର ଟିମ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।