ସୁନ୍ଦରଗଡ଼: ବିନା ଗ୍ରାମସଭାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲ ବରପାଲି ଜନବସତି ନିକଟରେ ରେଲୱେ ସାଇଡିଂ କାର୍ଯ୍ଯକ୍ଷମ ଉଦ୍ଯମ ଅଭିଯୋଗ କରି ଗାଁ ଲୋକେ ଆନ୍ଦୋଳନ ଚଲାଇଛନ୍ତି। ହେଲେ ପ୍ରଶାସନ ବୈଧ ଅନୁମତି ଥିବା ଦର୍ଶାଇ ସାଇଡିଂ କାର୍ଯ୍ଯକ୍ଷମ କରିବାକୁ ଉଦ୍ୟମ ଚଲାଇ ଆସୁଥିବାବେଳେ ଶନିବାର ପୁଲିସ ବଳ ଲଗାଇଥିଲା। ଏସ୍ଥିତିରେ ଲୋକଙ୍କ ବିରୋଧକୁ ସମର୍ଥନ କରି ଆସୁଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂଙ୍କ ସମେତ ୪୦ରୁ ଅଧିକ ମହିଳା ଓ ପୁରୁଷ ଆନ୍ଦୋଳନକାରୀଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୁଲିସ।
ଅଭିଯୋଗ ରହିଛି, ବିନା ଗ୍ରାମସଭାରେ ଜନବସତିଠାରୁ ମାତ୍ର ୩ ଶହ ମିଟର ଦୂରରେ ବେଆଇନ ଭାବେ ରେଲୱେ ସାଇଡିଂ କାର୍ଯ୍ୟକ୍ଷମ କରିବାକୁ ଉଦ୍ଯମ ଚଲାଇଛି ପ୍ରଶାସନ। ଅନ୍ଯପଟେ ଏନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ଆସନ୍ତା ଜୁନ ୨୭ରେ ଏହାର ଶୁଣାଣି ହେବ। ତାକୁ ଅପେକ୍ଷା ନକରି ପ୍ରଶାସନ ଜୋରଜବରଦସ୍ତ ରେଲୱେ ସାଇଡିଂ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ ଯୋଗେଶ ସିଂ।
/sambad/media/media_files/2025/05/03/005fe48e-4d59-478d-96cc-c7c10315645d-110910.jpg)
ଘଟଣାକ୍ରମେ ଶନିବାର ପ୍ରଶାସନ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରି ରେଲୱେ ସାଇଡିଂକୁ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଏସ୍ଥିତିରେ ବିଧାୟକ ଧାରଣାସ୍ଥଳରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ। ଜନଜୀବନକୁ ବିପଦ ମୁହଁକୁ ଠେଲି ଦେଇ କୌଣସିସ୍ଥିତିରେ ଏଠାରେ ସାଇଡିଂ କରିବାକୁ ଦିଆଯିବ ନାହି ବୋଲି ଗର୍ଜିଥିଲେ। ଏପରିକି ପ୍ରଶାସନ, ସରକାର ଜୋରଜବରଦସ୍ତ କଲେ ସେ ଆତ୍ମହତ୍ଯା କରିବେ ବୋଲି ଚେତାବନୀ ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ଉପଜିଲ୍ଲାପାଳ ଆନ୍ଦୋଳନକୁ ବେଆଇନ ଘୋଷଣା କରିଥିଲେ।
ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି। ହାଇକୋର୍ଟରେ ମାମଲା ବିଚାରାଧୀନ ରହିଥିଲେ ମଧ୍ଯ ରେଲୱେ ସାଇଡିଂ ପରିଚାଳନା ନେଇ କୌଣସି ସ୍ଥଗିତାଦେଶ ନଥିବାରୁ ତାକୁ କାର୍ଯ୍ଯକ୍ଷମ କରାଯାଇଛି ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/03/yogesh-singh-156373.jpg)