ସୁନ୍ଦରଗଡ଼: ବରପାଲି ରେଳ ସାଇଡିଂ ଠାରେ ଆନ୍ଦୋଳନରତ ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଛି। ବେଆଇନ କୋଇଲା ପରିବହନକୁ ନେଇ ଗତ ଚାରି ମାସରୁ ଏଠାରେ ଆନ୍ଦୋଳନ ଚାଲିଛି। ଗତ ୩ ତାରିଖ ମଧ୍ୟ ଅଟକ ରଖି ରେଳ ଯୋଗେ କୋଇଲା ପରିବହନ କରାଯାଇଥିଲା।
ବେଆଇନ କୋଇଲା ପରିବହନକୁ ନେଇ ଗତ ଚାରି ମାସରୁ ବରପାଲି ରେଳ ସାଇଡିଂଠାରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନରତ ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଛି।
/sambad/media/media_files/2025/05/30/94b889bb-a19b-4877-9a97-68216dac020a-878122.jpg)
ଆଜି ଆଲୋଚନା ବିଫଳ ହେଲା ପରେ ପୁଲିସର କାର୍ଯାନୁଷ୍ଠାନ ଆରମ୍ଭ ହୋଇଥିଲା। ପୁଲିସ ବିଧାୟକ ଏବଂ ଶତାଧିକ ଗ୍ରାମବାସୀଙ୍କୁ ଉଠାଇ ନେଇଛି। ବିନା ଗ୍ରାମସଭାରେ ରେଳ ସାଇଡିଂ କରିବା, କୋର୍ଟ ମାମଲା ବିଚାରାଧିନ ଥିବା ବେଳେ କୋଇଲା ପରିବହନ ଏବଂ ଗ୍ରାମ୍ୟ ରାସ୍ତାରେ ଭାରିଯାନରେ କୋଇଲା ପରିବହନକୁ ବିରୋଧ କରି ଆନ୍ଦୋଳନ ଚାଲିଥିଲା। ବିଧାୟକଙ୍କୁ ଉଠାଇଲା ବେଳେ ୮ ପ୍ଲାଟୁନ ଫୋର୍ସ, ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି, ଏସ ଡି ପି ଓ, ଥାନା ଅଧିକାରୀ ଏବଂ ହେମଗିରି ତହସିଲଦାର ଉପସ୍ଥିତ।
ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ବିଧାୟକ ଯୋଗେଶ କୁମାର ସିଂଙ୍କୁ ପୁଲିସ ଅଟକ ରଖିଥିଲା। ମେ’ ୪ ତାରିଖ ଦିନ ଯୋଗେଶଙ୍କୁ ଭେଟିବା ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ସୁନ୍ଦରଗଡ଼ରେ ପହଞ୍ଚିଥିଲେ। ସେମାନେ ସର୍ଗିପାଲିସ୍ଥିତ ଯୋଗେଶଙ୍କୁ ବାସଭବନରେ ଭେଟିବା ପରେ ବରପାଲି ରେଳ ସାଇଡିଂକୁ ଯାଇଥିଲେ।
Yogesh Singh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/30/44e38029-6b44-4a5b-a2cd-df7b20e2b1b6-263239.jpg)