କୋରାପୁଟ: କୋରାପୁଟଜିଲ୍ଲା ପଟାଙ୍ଗୀ, ସେମିଳିଗୁଡା, କୋରାପୁଟ, ଜୟପୁର, ନନ୍ଦପୁର ବ୍ଲକରେ ସ୍ବଚ୍ଛଭାରତ ମିସନରେ କୋଟିକୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ଶୌଚାଳୟ ବ୍ୟବହାର ହେଉନଥିବା ଦେଖିବାକୁ ମିଳିଛି। ଶୌଚାଳୟ ବ୍ୟବହାର କରୁନଥିବା ଗ୍ରାମକୁ ବାହ୍ୟମଳମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ପ୍ରଥମ ପର୍ଯ୍ୟାୟ ବିଫଳ ହୋଇଥିଲେ ହେଁ ଜିଲ୍ଲାପ୍ରଶାସନ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ୨୮୫୦୧ଟି ହିତାଧିକାରୀଙ୍କ ଘରେ ନିର୍ମାଣ କରାଯାଇଛି।

Advertisment

ତେବେ ଜିଓଟ୍ୟାଗ ୨୧ହଜାର ୪୪୨ଟିର ଜିଓ ଟ୍ୟାଗ ହୋଇ ସାରିଥିବା ବେଳେ ବଳକା ୭୦୫୯ଟି ହୋଇନି। ସେଭଳି ଜିଲ୍ଲାର ୨୪୦ଟି ପଂଚାୟତର ୧୯୦୭ଟି ଗାଁରୁ ୧୫୦୭ଟି ଗାଁ ବାହ୍ୟମଳମୁକ୍ତ ହୋଇଛି। ତେବେ ୧୦୭୫ଟିର ରିପୋର୍ଟ ଦାଖଲ କରାଯାଇଥିବା ବେଳେ ୫୦୨ଟିର ଯାଂଚ ବାକି ରହିଛି। ସେହିପରି ୩୩୦ଟି ଗାଁ  ଏଯାଏଁ ସମ୍ପୁର୍ଣ୍ଣ ହୋଇପାରିନି। 

publive-image

ସରକାର ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପୂର୍ବକ ପ୍ରତିଟି ଗ୍ରାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସଫଳ ରୂପାୟନ ହୋଇପାରୁନଥିବା ସଦୃଶ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ସର୍ବାଧିକ କୋଟପାଡରେ ୯୫୮୫ଟି ଓ ଲକ୍ଷ୍ମୀପୁରରେ ସର୍ବନିମ୍ନ ୪୩୨ଟି ହିତାଧିକାରୀଙ୍କୁ ଏହି ଶୌଚାଳୟ ଦିଆଯାଇଛି। ସେହପରି ନାରାୟଣପାଟଣା ୬୬୬,ସେମିଳିଗୁଡା ୧୨୬୨, ପଟାଙ୍ଗୀ ୧୪୦୪, ବୋରିଗୁମ୍ମା ୩୨୪୩, କୋରାପୁଟ ୬୭୫, ବୈପାରୀଗୁଡା ୨୯୦୦, ନନ୍ଦପୁର ୧୭୭୨, ଦଶମନ୍ତପୁର ୨୦୪୯, ବନ୍ଧୁଗାଁ ୭୪୫, କୁନ୍ଦ୍ରା ୧୨୩୧, ଜୟପୁର ୬୪୦ ଓ ଲମତାପୁଟରେ ୧୮୯୭ଜଣ ହିତାଧିକାରୀଙ୍କ ଘରେ ଶୌଚାଳୟ କରାଯାଇଛି।

ତେବେ ପୂର୍ବରୁ କିମ୍ବା ଏବେ କୌଣସି ପରିବାର କିମ୍ବା ପରିବାର ଶୌଚାଳୟ ବ୍ୟବହାର କରୁନାହାନ୍ତି। ଶୌଚ ପାଇଁ କିଏତ କେନାଲ କିମ୍ବା ପୋଖରୀ, ଜଳଭଣ୍ଡାର ପାର୍ଶ୍ବ, ପାହାଡକୁ କିଏତ ଜଙ୍ଗଲ ମଧ୍ୟକୁ  ଯାଉଥିବା ଦେଖିବାକୁ ମିଳିଛି। ଶୌଚାଳୟ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଶୌଚାଳୟ କୁ ରୋଷେଇ ଘରକୁ ରୂପେ ପରିଣତ କରିଥିବାବେଳେ କିଛି ପରିବାର ଛେଳି ରଖନ୍ତି ତ କେତକ ଜାଳେଣି କାଠ, କୁକୁଡା ରଖି ଗୋଦାମ ଘର ହୋଇଛି। କେଉଁଠି ପାଇଖାନା ରେ ଜାଳେଣି କାଠ ରଖାଯାଇଛି, ତ ଅନ୍ୟ କେଉଁଠି ଅନାବନା ସାମଗ୍ରୀରେ ଷ୍ଟୋର ରୁମI ଆଉ କିଛି ପାଇଖାନା ଲଟାବୁଦାରେ ଢାଙ୍କି ହୋଇ ରହିଛିI

ପ୍ରତି ଘରେ ଘରେ ନିର୍ମାଣ ହୋଇଛି ପାଇଖାନା ଏବଂ ଗୃହ ସମ୍ନାରେ ହିତାଧିକାରୀ ନାଁ ଲେଖି ବିଲ କରାଯାଇଛି କିନ୍ତୁ କେଉଁଠି ପାଇଖାନା ପାଇଁ ସେପ୍ଟି ଟାଙ୍କି  ନିର୍ମାଣ ହୋଇନାହିଁ ତ ଅନ୍ୟ କେଉଠିଁ ଖାଲି ନଳା ବାହାରକୁ ବାହାରିଛି। କିଛି ପାଇଖାନାରେ କୌଣସି କବାଟ ଲଗାଯାଇନାହିଁI ଫଳରେ ଲୋକେ ଏହାକୁ ବ୍ୟବହାର ନକରି ବାଧ୍ୟ ହୋଇ ବାହାରକୁ ମଳତ୍ୟାଗ କରିବାକୁ ଯାଉଛନ୍ତିI ସଚେତନତା ଅଭାବରୁ ଅନେକ ଲୋକେ ଶୌଚାଳୟ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଗାଁ ଗୁଡିକୁ ବାହ୍ୟମଳମୁକ୍ତ ଗାଁ ଘୋଷଣା କରି ଗାଁ ମୁଣ୍ଡରେ ଫଳକ ଲାଗିଛି। ଶୌଚାଳୟ ବ୍ୟବହାର ହେଉଛି କି ନାହିଁ ତାହାର ତଦାରଖ କରିବାକୁ କାହାର ସମୟ ନାହିଁ। ଫଳରେ କୋଟି କୋଟି ଟଙ୍କାର ଶୌଚାଳୟ ଖତ ଖାଉଛି। ସ୍ୱଚ୍ଛ ଭାରତ ମିଶନ କୁ ସଫଳରୁପାୟନ ଦର୍ଶାଇ ଗ୍ରାମ ମାନଙ୍କରେ ବାହ୍ୟମଳ ମୁକ୍ତ ଗ୍ରାମ ଫଳକ ଲଗାଇଥିବା ସାଧାରଣରେ ଆଲୋଚନା ବିଷୟ ହେଉଛି।