ଭୁବନେଶ୍ୱର: ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ସୋମବାର ଅପରାହ୍ଣରେ ପରଲୋକ ହୋଇଯାଇଛି। ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କର ପାର୍ଥିବ ଶରୀର ରାୟପୁରରୁ ତାଲଚେର ଅଭିମୁଖେ ଆସୁଛି। ଏହା ବିଳମ୍ବିତ ରାତିରେ ପହଞ୍ଚିବ ବୋଲି କୁହାଯାଉଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ୧୯୯୬ ମସିହାରେ ଗାଦିସୀନ ହୋଇ ପ୍ରତ୍ୟେକ କ୍ଷେତ୍ରରେ ସେ ଜଣେ ଆଦର୍ଶ ଶାସକରୂପେ ନିଜକୁ ପ୍ରତିପାଦିତ କରିଥିଲେ। ତାଙ୍କ ମାର୍ଗଦର୍ଶନରେ, ତାଳଚେର ଓ ଅନୁଗୋଳ ସମସ୍ତ ଦିଗରେ ସମୃଦ୍ଧ ହୋଇଥିଲା।
ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ପରଲୋକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, "ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବ ଜଣେ ଦକ୍ଷ, ଜ୍ଞାନୀ, ପରୋପକାରୀ ଏବଂ ନିଷ୍ଠାବାନ ବ୍ୟକ୍ତି ଥିଲେ। ୧୯୯୬ ମସିହାରେ ଗାଦିସୀନ ହୋଇ ପ୍ରତ୍ୟେକ କ୍ଷେତ୍ରରେ ସେ ଜଣେ ଆଦର୍ଶ ଶାସକରୂପେ ନିଜକୁ ପ୍ରତିପାଦିତ କରିଥିଲେ। ତାଙ୍କ ମାର୍ଗଦର୍ଶନରେ, ତାଳଚେର ଓ ଅନୁଗୋଳ ସମସ୍ତ ଦିଗରେ ସମୃଦ୍ଧ ହୋଇଥିଲା। ନିଜ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ସେ ତୃଣମୂଳସ୍ତରରୁ ଏକ ସୁସଂଗଠିତ ଏବଂ ଶ୍ରେଣୀବଦ୍ଧ ନ୍ୟାୟପାଳିକା ବ୍ୟବସ୍ଥା ସହିତ ଜଡ଼ିତ ରହି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ସବୁ ବର୍ଗର ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଉତ୍କୃଷ୍ଟ ଥିଲା। ବୃଦ୍ଧବୃଦ୍ଧା ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ସହିତ ଆଗ୍ରହର ସହିତ ମିଳିମିଶି ଆସୁଥିଲେ। ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରିଛନ୍ତି, ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ପରୋପକାରୀ ଓ ନିଷ୍ଠାବାନ ବ୍ୟକ୍ତି ଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ସେହିପରି ଢେଙ୍କାନଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ତାଳଚେର ରାଜାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
angul
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/21/e3090906-7fc5-48ed-aa99-e7b5cab77a68-241414.jpg)