ନୂଆଦିଲ୍ଲୀ: ଟାଟା ସିଏରା ହେଉଛି ଏକ ୫-ସିଟ୍ ବିଶିଷ୍ଟ ମଡେଲ । ଏହି ଟାଟା କାରଟି ୨୦୨୫ ନଭେମ୍ବର ୨୫ରେ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି  ଏବଂ ସେମାନଙ୍କର ମୂଲ୍ୟ ମଧ୍ୟ ପ୍ରକାଶ ପାଇଛି। ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଆସନ୍ତୁ ଟାଟା ସିଏରାର ସମସ୍ତ ଭାରିଆଣ୍ଟ ଏବଂ ସେମାନଙ୍କର ମୂଲ୍ୟ ଉପରେ ନଜର ପକାଇବା ।

Advertisment

ଆସନ୍ତୁ ଜାଣିବା, ଟାଟା ସିଏରାର ମୂଲ୍ୟ କେତେ? 

ଟାଟା ସିଏରା ସ୍ମାର୍ଟ ପ୍ଲସ୍ ଭାରିଆଣ୍ଟ

୧.୫ ଲିଟର ରେଭୋଟ୍ରନ୍ ପେଟ୍ରୋଲ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ଯୋଡ଼ି ହୋଇଥିବା ଟାଟା ସିଏରା ସ୍ମାର୍ଟ ପ୍ଲସ୍ ଭାରିଆଣ୍ଟ ହେଉଛି ବେସ୍ ମଡେଲ୍। ଏହି ଭାରିଆଣ୍ଟର ମୂଲ୍ୟ ୧୧.୪୯ ଲକ୍ଷ ରହିଛି। ସେହିପରି ୧.୫ଲିଟର କ୍ରାଇଓଜେଟ୍ ଡିଜେଲ୍ ଇଞ୍ଜିନ୍ ଦ୍ୱାରା ଚାଳିତ ବେସ୍ ମଡେଲ୍ର ମୁଲ୍ୟ ୧୨.୯୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହାର ଏକ୍ସ ସୋରୁମର ମୁଲ୍ୟ ପାଖାପାଖି ୧୧. ୯୯ ଲକ୍ଷ ଟଙ୍କା ହେବ।

ଟାଟା ସିଏରା ପିଓର ଭାରିଆଣ୍ଟ

ଆହୁରି ପଢ଼ନ୍ତୁ: Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ଟାଟା ସିଏରା ପିଓର ଭାରିଆଣ୍ଟର ମୂଲ୍ୟ ୧୨.୯୯ ଲକ୍ଷ ରୁ ୧୫.୯୯ ଲକ୍ଷ ଟଙ୍କା ମଧ୍ୟରେ ହେବ। ସିଏରା ପିଓର ପ୍ଲସ୍ ଭାରିଆଣ୍ଟର ମୂଲ୍ୟ ୧୪.୪୯ ଲକ୍ଷ ହୋଇଥିବା ବେଳେ ଟାଟା ସିଏରା ପିଓର ପ୍ଲସ୍ ଡିଜେଲ୍ ଏଟିj ଏକ୍ସ ସୋରୁମ ମୁଲ୍ୟ ୧୭.୪୯ ଲକ୍ଷ ଟଙ୍କା ହେବ।


ଟାଟା ସିଏରା ଆଡଭେଞ୍ଚର


ସିଏରା ଆଡଭେଞ୍ଚର ମଡେଲଟି ତିନୋଟି ଭାରିଆଣ୍ଟରେ ଉପଲବ୍ଧ। ଯାହାର ଏକ୍ସ-ସୋରୁମ୍ ମୂଲ୍ୟ ୧୫.୨୯ ଲକ୍ଷରୁ ଆରମ୍ଭ ହୋଇ ୧୬.୭୯ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ। ଏହି ଆଡଭେଞ୍ଚର ପ୍ଲସ୍ ଚାରୋଟି ଭାରିଆଣ୍ଟରେ ଉପଲବ୍ଧ, ଯାହାର ଏକ୍ସ-ସୋରୁମ୍ ମୂଲ୍ୟ ୧୫.୯୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ।

ଆହୁରି ପଢ଼ନ୍ତୁ:College Girl Death ଜୀବନ ଯୁଦ୍ଧରେ ହାରିଗଲେ କଲେଜ ଛାତ୍ରୀ, ଏମ୍‌ସକୁ ଏୟାର ଲିଫ୍‌ଟ ପାଇଁ ଥିଲା ଯୋଜନା


ଶ୍ରେଷ୍ଠ ମଡେଲର ମୁଲ୍ୟ ଜଣାପଡ଼ିନାହିଁ 

ସିଏରା ଚାରୋଟି ଆକମ୍ପ୍ଲିଶ୍ଡ ଭାରିଆଣ୍ଟ ଏବଂ ତିନୋଟି ଆକମ୍ପ୍ଲିସ୍ଡ ପ୍ଲସ୍ ଭାରିଆଣ୍ଟରେ ଉପଲବ୍ଧ। ଟାଟା ଏପର୍ଯ୍ୟନ୍ତ ଏହି ଶ୍ରେଷ୍ଠ ସିଏରା ମଡେଲଗୁଡ଼ିକର ମୂଲ୍ୟ ପ୍ରକାଶ କରିନାହିଁ।