ଭୁବନେଶ୍ବର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଆହ୍ବାନରେ ଗତକାଲି ଠାରୁ ୩୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ-ଶିକ୍ଷୟିତ୍ରୀ ବିଦ୍ୟାଳୟ ଛାଡ଼ି ଭୁବନେଶ୍ବର କଂଗ୍ରେସ ଭବନଠାରୁ ଏକ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ଅଗ୍ରସର ହୋଇ ଲୋୟର ପିଏମ୍‌ଜିର ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣା ଜାରି ରଖିଥିବା ବେଳେ ସେମାନଙ୍କୁ ସରକାର ବୁଝାଇବା ପାଇଁ ଉଦ୍ୟମ କରୁଛନ୍ତି। 

Advertisment

ଶିକ୍ଷକ ଆନ୍ଦୋଳନ ପରେ ସରକାର ତତ୍ପରତା ଦେଖାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଶିକ୍ଷକ ପ୍ରତିନିଧୀ ମଣ୍ଡଳୀ ସହିତ ଆଲୋଚନା କରିଛନ୍ତି। ଆଲୋଚନାରେ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସରକାର ନିଜେ ମୁଖ୍ୟମନ୍ତ୍ରୀ ପଜିଟିଭ ମାନସିକତାରେ ରହିଛନ୍ତି। ଶିକ୍ଷକଙ୍କ ସମସ୍ୟାର ସମାଧାନ ଏକ କମିସନ ଗଠନ ହେବ, ଯେଉଁଥିରେ ଅର୍ଥ, ଆଇନ ବିଭାଗ ଓ ଶିକ୍ଷାବିତ ରହିବେ। ଏନେଇ ଟିକେ ସମୟ ଓ ତର୍ଜମାର ଆବଶ୍ୟକ ରହିଛି। ଶିକ୍ଷକଙ୍କ ସମସ୍ୟା ଓ ଦାବି ପୁରଣ ନେଇ କୌଣସି ପଦକ୍ଷେପ ନେଇନଥିଲେ ପୂର୍ବ ସରକାର ଯେଉଁଥି ପାଇଁ ପ୍ରକ୍ରିୟା ବିଳମ୍ବ ହେଉଛି। ଆମେ ଚେଷ୍ଟା କରୁଛୁ ଟିକେ ସମୟ  ଲାଗିବ।

ଶିକ୍ଷକମାନେ ଆନ୍ଦୋଳନରୁ ଓହରିବା ପାଇଁ ଉଭୟ ମନ୍ତ୍ରୀ ନିବେଦନ କରିଛନ୍ତି। ଆଜିର ବୈଠକରେ ପରେ ଆମେ ଆଶାବାଦୀ ରହିଛୁ ବୋଲି କହିଛନ୍ତି। ଅନ୍ୟପଟରେ ସରକାରଙ୍କର ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲେ ହିଁ ଆନ୍ଦୋଳନ ସ୍ଥଗିତ ରଖିବୁ ବୋଲି ଧାରଣାରତ ଶିକ୍ଷକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଇନ ମନ୍ତ୍ରୀ ଶ୍ରୀ ହରଚନ୍ଦନ କହିଛନ୍ତି, ଓଷ୍ଟା ଓ ଶିକ୍ଷକ ସମନ୍ବୟ ସମିତି ସହିତ ଆଲୋଚନା ହୋଇଛି। ତାଙ୍କର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି। ୫ଜଣିଆ କମିଟି ଗଠନ ହୋଇଛି। ଦାବି ଉପରେ ତର୍ଜମା କରନ୍ତୁ। ଖିବଶୀଘ୍ର ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଆନ୍ଦୋଳନରେ ଶିକ୍ଷକମାନେ ଅଛନ୍ତି। ଶିକ୍ଷକ ନେତାମାନଙ୍କ ସହିତ ଆଲୋଚନା ହୋଇଛି। ୪ଟି ଦାବି ଉପରେ ଆଲୋଚନା ହୋଇଛି। ଖୁବଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ବସିବ। ଏ ପ୍ରକ୍ରିୟା ଶୀଘ୍ର ଶେଷ ହେବାକୁ ଆମେ ଚେଷ୍ଟିତ। ଖୁବଶୀଘ୍ର ପଜିଟିଭ ନିଷ୍ପତ୍ତି ନିଆଯିବ। ୧୯୪ ସ୍କୁଲକୁ ଅନୁଦାନ। ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି ପ୍ରମୁଖ ଦାବି ରହିଛି।

Education | Nityananda Ganda | Prithiviraj Harichandan