ଦୁବାଇ: ୮ଥର ବିଜେତା ତଥା ଏଥରର ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାରଠାରୁ ତା’ର ଏସିଆ କପ୍ ଅଭିଯାନ ୟୁଏଇ ବିପକ୍ଷରେ ଆରମ୍ଭ କରିଛି। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଦ୍ବିତୀୟ ଏବଂ ମୋଟ ଉପରେ ନବମ ଥର ଲାଗି ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଥିବା ଭାରତୀୟ କ୍ରିକେଟ୍ ଦଳ ଏଥିଲାଗି ପୂରା ପ୍ରସ୍ତୁତ ଥିଲା ବେଳେ ଅନଭିଜ୍ଞ ୟୁଏଇ୍‌କୁ ଆଦୌ ହାଲ୍‌କା ଭାବେ ନେବ ନାହିଁ ବୋଲି ସଙ୍କେତ ଦେଇଛି। ଏହି ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ୟୁଏଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। 

Advertisment

ଭାରତୀୟ କ୍ରିକେଟ୍ ଦଳ ପାଞ୍ଚ ମାସ ପରେ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଖେଳୁଛି। ଅନ୍ୟପକ୍ଷରେ ୟୁଏଇ ଏକ ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ଏସିଆ କପ୍‌କୁ ଆସିଛି। ଆଫଗାନିସ୍ତାନ, ବାଂଲାଦେଶଠାରୁ ହାରିଛି।

ଭାରତୀୟ କ୍ରିକେଟ୍ ଦଳ ପାଞ୍ଚ ମାସ ପରେ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଖେଳୁଛି। ଅନ୍ୟପକ୍ଷରେ ୟୁଏଇ ଏକ ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ଏସିଆ କପ୍‌କୁ ଆସିଛି। ଆଫଗାନିସ୍ତାନ, ବାଂଲାଦେଶଠାରୁ ହାରିଛି। ଏଣୁ ବିଶ୍ବବିଜେତା ଭାରତ ସମ୍ମୁଖରେ ଖେଳିବା ଏହି ଦଳ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ୟୁଏଇ ବିପକ୍ଷ ମ୍ୟାଚ୍ ରିହରସାଲ୍ ସଦୃଶ ହୋଇଥିବାରୁ ଦଳ ନିଜ ତାଳ ଲୟ ସଜାଡ଼ିବା ଉପରେ ବିଶେଷ ଧ୍ୟାନ ଦେବାକୁ ଯାଉଛି। 

ଭାରତୀୟ ଟିମ୍‌: ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ସଂଜୁ ସାମସନ, (ୱିକେଟ୍‌ରକ୍ଷକ), ଶିଭବ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ।  

ୟୁଏଇ ଟିମ୍‌: ମହମ୍ମଦ ୱାସିମ (ଅଧିନାୟକ), ଆଲିସାନ ସାଫୁ, ରାହୁଲ ଚୋପ୍ରା (ୱିକେଟ୍‌ରକ୍ଷକ), ଆସିଫ ଖାନ୍, ମହମ୍ମଦ ଫାରୁକ୍, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା,  ହାଇଦର ଅଲୀ, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ।

Cricket | Sports | Asia Cup-2025