କାଳିଆପାଣି: ଜଣେ ସାଧାରଣ ବ୍ୟକ୍ତି ଭଳି ଆଜି ସଂଧ୍ୟା ସାଢ଼େ ୭ଟାରେ ହେଲମେଟ୍ ପିନ୍ଧି ବାଇକ୍ ଚଳାଇ ଅଚାନକ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସାଧାରଣ ରୋଗୀସେବା ଅନୁଧ୍ୟାନ କରିଛନ୍ତି ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ।
ସାପ କାମୁଡ଼ାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ୨ ମହିଳା ମଙ୍ଗଳପୁର ଗାଁର ମଞ୍ଜୁ ଖଟୁଆ ଓ ରାଙ୍କିଆ ଗାଁର ପଦ୍ମିନୀ ମହାକୁଡ଼ଙ୍କ ପାଖେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ଶିଶୁ ଓ ସାଧାରଣ ୱାର୍ଡ ବୁଲି ସାଧାରଣ ରୋଗୀଙ୍କ ସମସ୍ୟା ବାବଦରେ ସେ ଅବଗତ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଡାକ୍ତରଙ୍କ ଅନୁପସ୍ଥିତିରୁ ସ୍ବାସ୍ଥ୍ୟସେବାରେ ଅହେତୁକ ଅବହେଳା ନେଇ ଧାଡ଼ିରେ ୩ ଘଣ୍ଟା ଧରି ଠିଆହୋଇ ରହିଥିବା ସାଧାରଣ ରୋଗୀଙ୍କ ପକ୍ଷରୁ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/21/kaliapani-2025-08-21-21-59-09.jpg)