ଭଦ୍ରକ: ଭଦ୍ରକ ସ୍ବୟଂଶାସିତ ମହାବଦ୍ୟାଳୟର ଛାତ୍ର ରାଜନୀତି ଏବେ ଉଷ୍ମ ହୋଇଛି। କଳେଜ ଗେଟ୍‌ରେ ଏକ ଗ୍ରୁପ୍‌ର ବ୍ୟାନରକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ନେଇ ଅଶାନ୍ତ  ପରିବେଶ ଦେଖାଯାଇଛି। ଗତ ତିନି ଦିନ ହେଲାଣି ଏଇ ବ୍ୟାନର ଲଗା ଘଟଣାକୁ ନେଇ କଲେଜ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ପରସ୍ପର ମଧ୍ୟରେ ବାଦ ବିବାଦ ଲାଗିବା ସହ ଏହା ଖୋଲିବା ଓ ପୁଣି ଲାଗାଇବା ଭଳି ଟଣା ଓଟରା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଗୋଟିଏ ଗୋଷ୍ଠୀ କଲେଜ ଆଗରେ ଧାରଣା ଦେଇ ଯିବା ପରେ ଅନ୍ୟ ଏକ ଗୋଷ୍ଠୀ ପୁଣି ଆସି ଧରଣା ଦେଇ ପ୍ରତିବାଦ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କର ଏକ ବ୍ୟାନରକୁ ନେଇ ଏଭଳି ଧାରଣା, ଆନ୍ଦୋଳନ କରିବାକୁ ନେଇ କଲେଜର ଶୈକ୍ଷିକ ପରିବେଶ୍ ନଷ୍ଟ ହେବା ସହ କଲେଜ ପରିସର ଅଶାନ୍ତ ହୋଇ ଉଠିଛି। ଏଭଳି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗତ ତିନି ଦିନ ହେଲାଣି କଲେଜ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। 

ଘଟଣାରୁ ପ୍ରକାଶ ଯେ, ଗଣେଶ ପୂଜା ବେଳେ ଭଦ୍ରକ କଲେଜର ମୁଖ୍ୟ ଗେଟ୍ ସମ୍ମୁଖରେ କିଲର ଗ୍ରୁପ୍ ନାମକୁ ଏକ କ୍ଲବର ବ୍ୟାନର ଲାଗାଯାଇଥିଲା। ଯେଉଁ ବ୍ୟାନରର ଭଦ୍ରକ କଲେଜ ଗେଟ୍ ଆଗରେ କାହିଁକି ଲଗାଯାଇଛି ବୋଲି ପ୍ରତିବାଦ କରି ଭଦ୍ରକ କଲେଜର ଏବିଭିପି ଛାତ୍ର ସଂଗଠନର ଛାତ୍ର ନେତାମାନେ ଏହାକୁ ବିରୋଧ କରିଥିଲେ। କଲେଜ କତ୍ତୃର୍ପକ୍ଷଙ୍କ ଏହି ବେନର ଲଗାଯିବା ସଂପର୍କରେ କିଲର ଗ୍ରୁପ୍ ଜଣାଇଥିଲା ନା ନିଜ ଇଚ୍ଛାରେ ଭଦ୍ରକ କଲେଜର ମୁଖ୍ୟ  ଗେଟ୍ ଆଗରେ ମନଇଚ୍ଛା ଏଭଳି ବେନର ଲଗାଇଛନ୍ତି। ଏହି ବ୍ୟାନରକୁ  ଖୋଲାଯାଉ ବୋଲି ଏବିଭିପି ଛାତ୍ର ସଂଗଠନ ପକ୍ଷରୁ  ପ୍ରତିବାଦ କରାଯାଇ ଗେଟ୍ ଆଗରେ ଧରଣା ଦିଆଯାଇ ପ୍ରତିବାଦ କରାଯାଇଥିଲା। କଲେଜ କର୍ତ୍ତୃପକ୍ଷ ଏହି ବେନର ନଖୋଲିବାରୁ ଏବିଭିପି ଛାତ୍ର ନେତାମାନେ କିଲର ଗ୍ରୁପ୍ର ବେନରକୁ କେଲଜ ଗେଟରୁ ଖୋଲି ଦେଇ ନିଜ ଉଦ୍ୟମରେ ଭଦ୍ରକ  ସ୍ବୟଂଶାସିତ ମହାବିଦ୍ୟାଳୟ ଲେଖା ଥିବା ଏକ ବେନର କଲେଜ ଗେଟ୍‌ରେ ଲଗାଇଥିଲେ।

ଏବିଭିପି ସଂଗଠନ ପକ୍ଷରୁ ଲଗାଯାଇଥିବା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ବ୍ୟାନରରେ ଲେଖା ଠିକ୍ ଥିବାବେଳେ ଏହାର ରଙ୍ଗକୁ ନେଇ ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତାମାନେ ଏହାର ପ୍ରତିବାଦ କରିଥିଲେ। ଭଦ୍ରକ କଲେଜ ଗେଟ୍ ଆଗରେ ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ଲଗାଯାଇଥିବା ବେନରକୁ ହାଟାଯାଉ ବୋଲି ଦାବିକରି ଗତକାଲି ସକାଳ ଠାରୁ ବିଜୁ ଛାତ୍ର ଜନତା ଦଳର ଛାତ୍ରଛାମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ସେମାନଙ୍କ ଦାବି ହେଉଛି, ଏକ ନିର୍ଦ୍ଧିଷ୍ଟ ଛାତ୍ର ଗୋଣ୍ଠୀ ପକ୍ଷରୁ କାହିଁକି କଲେଜ ଗେଟ୍‌ରେ ଏକ ନିର୍ଦ୍ଧିଷ୍ଟ ଦଳୀୟ ରଙ୍ଗକୁ ସୂଚାଉଥିବାର ବ୍ୟାନର କଲେଜ ଗେଟ ଆଗରେ ଲାଗିବ।

ଏଭଳି ଦାବି ଉଠାଇ ସୋମବାର ରାତି ପର୍ଯ୍ୟନ୍ତ ବିସିଜେଡିର ଛାତ୍ରନେତାମାନେ କଲେଜ ଗେଟ୍ ଆଗରେ ପ୍ରତିବାଦ କରିଥିଲେ। ଆଜି ସକାଳେ କଲେଜ ଗେଟ୍ ଆଗରେ ବାଉଁଶ ବାଡ ଦିଆଯାଇଥିଲା। ପରିସ୍ଥିତି ଅଧିଟ ଜଟିଳ ହେବାରୁ ଆଜି କଲେଜ କତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। କଲେଜର ଅଧ୍ୟକ୍ଷ ଡ. ଦୁର୍ଗା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇ ନିଷ୍ପତ୍ତି ହେଲା ଯେ, କଲେଜ କ୍ୟାମ୍ପସ ପରିସରେ କଲେଜ କତ୍ତୃର୍ପକ୍ଷଙ୍କ ବିନା ଅନୁମତିରେ କୌଣସି ସଂସ୍ଥାର ବେନର, ପୋଷ୍ଟର ଲାଗଯାଇ ପାରିବ ନାହିଁ ବୋଲି  ଚିଠି ନମ୍ବର – ୨୬୯୭/ତା ୯/୯/୨୫ରେ  ଅଧ୍ୟକ୍ଷ  ଏକ ଚିଠି କଥେିବା ବେଳେ  ଅଧ୍ୟକ୍ଷକଙ୍କର ଏହି ଚିଠିକୁ କଲେଜ  ନୋଟିସ ବୋର୍ଡ ଲଗାଇ  ଦିଆଯାଇଛି। 

Bhadrak