କୋରାପୁଟ: ଜିଲ୍ଲାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାରୀ ଓ ଘରୋଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକୁ ଅତିଥି ଅଧ୍ୟାପକମାନେ ହିଁ ଶ୍ରେଣୀ କରିବା ସହ ପରିଚାଳନା କରି ଆସୁଛନ୍ତି। ତତ୍କାଳୀନ ରାଜ୍ୟ ସରକାର ଜିଲ୍ଲାରେ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ) ଗୁଡ଼ିକରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଆରମ୍ଭ କରିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟ କରିଛନ୍ତି।

Advertisment

ଜୟପୁର ଓ କୋରାପୁଟର ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜିଲ୍ଲାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଅଧ୍ୟାପକ ମାନେ ହିଁ ପାଠ ପଢ଼ାଉନ୍ତି। ଜିଲ୍ଲାର ୨୦ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଜିଲ୍ଲାରେ ଥିବା ୨୫୦ରୁ ଉର୍ଦ୍ଧ୍ବ ଅତିଥି ଅଧ୍ୟାପକଙ୍କ ଦୟାରେ ଚାଳିଛି।  ଧନ୍ଦାମୂଳକ ଓବୃତ୍ତିଗତ ମହାବିଦ୍ୟାଳୟ ଆଇଏମ୍, ଜିକେସିଇଟି, ଜୟପୁର କଲେଜ ଅଫ ପାର୍ମସୀ, ସରକାରୀ ଓ ବେସରକାରୀ ନର୍ସିଂ ତାଲିମ କେନ୍ଦ୍ର, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରେ ବି ଅତିଥି ଅଧ୍ୟାପକ ମାନେ ହିଁ ଶ୍ରେଣୀ କରି ଆସୁଛନ୍ତି।

ବୃତ୍ତିଗତ ଆଇନ ମହାବିଦ୍ୟାଳୟ, ଧନ୍ଦାମୂଳକ ଆଇଟିଆଇଓ ଘରୋଇ ମହାବିଦ୍ୟାଳୟରେ ବି ଅତିଥି ଅଧ୍ୟାପକ ମାନେ ହିଁ ଏବେ ଶିକ୍ଷାଦାନର ପ୍ରମୁଖ ଅଙ୍ଗ ପାଲଟିଛନ୍ତି। ଜିଲ୍ଲାରେ ସର୍ବାଧିକ ସରକାରୀ ଓଏବଂ ବେସରକାରୀ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇଂଜନିୟରିଂ କଲେଜ, ଧନ୍ଦାମୂଳକ କଲେଜ ବି ରହିଛି। ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଅନୁବନ୍ଧିତ କୋରାପୁଟ ଜିଲ୍ଲାର ୩୦ଟି ମହାବିଦ୍ୟାଳୟର ବି ସମାନରୁପ ସ୍ଥିତି।

ସରକାରୀ ମହାବିଦ୍ୟାଳୟ, ଓଏଭି,  ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲଓ ତାଲିମ କେନ୍ଦ୍ରଗୁଡିକରେ ଅନ୍ତଃତ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ବିଜୁ ପଟ୍ଟନାୟକ ବୈଷୟିକ ବିଭାଗ ପକ୍ଷରୁ ସ୍ଥାୟୀ ଅଧ୍ୟାପକ ଆଦି ନିଯୁକ୍ତି ଦେବା କଥା। ତେବେ ନିୟମିତ ଅଧ୍ୟାପକ ନ ଦେଇ ଅତିଥି ଅଧ୍ୟାପକଙ୍କ ଦ୍ବାରା ପରିଚାଳନା କରିବାକୁ କୁହାଯାଉଛି।

ଅତିଥି ଅଧ୍ୟାପକମାନେ ଶ୍ରେଣୀରେ ନିର୍ଦ୍ଧାରିତ ସମୟ ପାଠ ପଢ଼ାଇବା ପରେ ତାଙ୍କ ଦାୟିତ୍ବ ସରୁଛି। ସେମାନେ ଛାତ୍ରଛାତ୍ରୀଙ୍କର ଶିକ୍ଷାରେ ଅଗ୍ରଗତି କରାଇବା ଦିଗରେ କିଛି ଭୂମିକା ରହୁନି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅତିଥି ଅଧ୍ୟାପକ ପ୍ରକ୍ରିୟା ବନ୍ଦ କରି ସବୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସରକାରୀ କଲେଜ ଓ ବୈଷିୟକ କଲେଜରେ ନିୟମିତ ନିଯୁକ୍ତିଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ପୂର୍ବରୁ ସରକାରୀ ମହାବିଦ୍ୟାଳୟ ଗୁଡିକର ପରୀକ୍ଷା ଫଳ ଭଲ ରହିବା ସହ ବହୁ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ମେଧା ତାଲିକାରେ ସ୍ଥାନ ପାଉଥିଲେ। କାଳକ୍ରମେ ତାହା କମି କମି ଆସୁଛି ବୋଲି ଅଭିଭାବକ ଓଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି।