ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଉ ଏକ ଘଣ୍ଟା ପାଇଁ ଜାରି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ୧୦ କିଲୋମିଟର ବେଗରେ ଗତି କରି କ୍ରମଶଃ ଦୁର୍ବଳ ହେବ।
 ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ‘ଦାନା’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭିତରକନିକା ଓ ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା କିଛି ଘଣ୍ଟା ଧରି ଜାରି ରହିଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ଥିବା ବେଳେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରିଛି। ସମୁଦ୍ର ଅଶାନ୍ତ ରହିଛି। ଜୁଆର ଅଧିକ ଉଚ୍ଚରେ ଉଠୁଛି। ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି।
ସରକାର ଓ ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିବାରୁ ଯଦିଓ ମାନବିକ କ୍ଷତି ହେବାର ଆଶଙ୍କା କମ୍ ରହିଛି। ପଶୁପକ୍ଷୀମାନେ ଅଧିକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଗୃହପାଳିତ ପଶୁମାନେ ଏକପ୍ରକାର ସୁରକ୍ଷିତ ଥିବା ବେଳେ ବନ୍ୟପ୍ରାଣୀମାନେ ବାତ୍ୟା ବିପର୍ଯ୍ୟୟର ମୁକାବିଲା କରିଛନ୍ତି। ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ବ୍ୟାପକ ଧାନଚାଷ ନଷ୍ଟ ହୋଇପାରେ। ସେହିପରି ପନିପରିବା ଚାଷୀଙ୍କୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପୂର୍ବରୁ ଗୁରୁବାର ଅନେକ ସ୍ଥାରେ ବୃକ୍ଷ ଉପୁଡ଼ି ପଡ଼ିଥିବା ବେଳେ ରାସ୍ତାକଡ଼ରେ ଅନେକ ଗଛ ଭାଙ୍ଗିପଡ଼ି ଥିବାରୁ କୃତ୍ରିମ ଅବରୋଧ ସୃଷ୍ଟି ହୋଇଛି। ପୂର୍ବ ଯୋଜନା ଅନୁସାରେ ମୁତୟନ ହୋଇଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନ୍ଡିଆରଏଫ୍ର ଟିମ୍ ନିୟୋଜିତ ଅଛନ୍ତି। ବର୍ଷା ଶେଷ ହେଲା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିବ।
ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଉ ଏକ ଘଣ୍ଟା ପାଇଁ ଜାରି ରହିବ
ସାମୁଦ୍ରିକ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଉ ଏକ ଘଣ୍ଟା ପାଇଁ ଜାରି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ୧୦ କିଲୋମିଟର ବେଗରେ ଗତି କରି କ୍ରମଶଃ ଦୁର୍ବଳ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)