ନବରଙ୍ଗପୁର: ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଅଲେଖ ମାଝୀ(୨୦) ଓ ପରମାନନ୍ଦ ଦିଶାରୀ(୨୪)। ୨ ଜଣ ଯୁବକ ସେହି କଣ୍ଟାଗାଁର ହୋଇଥିବା ବେଳେ ଯୌନ ଶୋଷଣ ପରେ ଧରାପଡ଼ିଯିବା ଭୟରେ ଛାତ୍ରୀକୁ ତଟିଚିପି ହତ୍ୟା କରିଥିଲେ। ଆଜି ପୁଲିସ ମୁଖ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଚରଣ ସିଂ ମୀନା  ଓ ଏସପି ରୋହିତ ବର୍ମା ଯୋଗଦେଇ ସୂଚନା ଦେଇଛନ୍ତି।

Advertisment

ପୁଲିସ ସମସ୍ତ କୌଶଳ ଖଟାଇ ଏହି ୨ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଲେଖ ମାଝୀ ଓ ପରମାନନ୍ଦ ଦିଶାରୀ ଉକ୍ତ ଛାତ୍ରୀକୁ ଦୁଷ୍କର୍ମ କରାଯାଇଛିକି ନାହିଁ ପଚାରିବାରୁ  ଏହି ମାମଲା ରେ ପୀଡ଼ିତା ଜଣକ ନାବାଳିକା ରହିଥିବାରୁ ଦୁଷ୍କର୍ମ କଥାକୁ ଆଇନର ପ୍ରାବଧାନ ଦେଖାଇ ଏଡାଇଦେଇଥିଲେ। ତେବେ ତଦନ୍ତ ଚାଲୁ ରହିଛି  ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଥ୍ୟ ଜଣାପଡିବ ବୋଲି କହିଛନ୍ତି।

publive-image

ଡିଆଜି କହିବା ଅନୁଯାୟୀ ଉକ୍ତ ନାବାଳିକାକୁ ଏହି ୨ ଜଣ ଯୁବକ ଯୌନ ନିର୍ଯାତନା ଦେବା ପରେ ଧରାପଡିଯିବା ଭୟରେ ନାବାଳିକାକୁ ଶ୍ବାସ ରୁଦ୍ଧ କରି ହତ୍ୟା କରିଥିଲେ। ପୀଡିତାର ପରିବାରକୁ ତ୍ବରିତ ନ୍ୟାୟ ଦେବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଯଥା ଫରେନସିକ୍ ଟିମ୍, ସାଇବର ଟିମ୍, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କୋଠର ଦଣ୍ଡାଦେଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ତ୍ବରୀତ ନ୍ୟାୟ ପ୍ରଦାନ ପାଇଁ ଖୁବ୍  ଶିଘ୍ର ଚାର୍ଜସିଟ୍ ପ୍ରଦାନ କରାଯାଇ କୋର୍ଟକୁ ପ୍ରାର୍ଥନା କରାଯିବ।

ସରକାରଙ୍କ ପ୍ରାବଧାନ ଅନୁଯାୟୀ ପୀଡିତାଙ୍କ ପରିବାର ବର୍ଗଙ୍କୁ ତୁରନ୍ତ କ୍ଷତିପୁରଣ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣକୁ ଚିଠି କରାଯାଇଛି। ପୀଡିତା ପରିବାରକୁ ଉଚିତ ନ୍ୟାୟ ଓ ସମସ୍ତ ପ୍ରକାର ଆଇନଗତ ସୁବିଧା ଯୋଗାଇଇଦିଆଯିବ ବୋଲି କହିଛନ୍ତି। 

ସୂଚନାଥାଉକି ଗତ  ୧୭ ତାରିଖରେ ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଅଂଚଳର ଜଣେ ଛାତ୍ରୀଙ୍କ ମୃତ ଦେହ ଏକ ଟାୱାର ପାର୍ଶ୍ୱ ଲଟାବୁଦା ଭିତରୁ ଉଦ୍ଧାର ହୋଇଥିଲା। ଛାତ୍ରୀ ଜଣଙ୍କ ଶୌଚ ପାଇଁ ଯିବି କହି ମଧ୍ୟାହ୍ନରେ ଘରୁ ବାହାରି ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ସନ୍ଧାନ ପାଇନଥିଲେ। ଶେଷରେ ରାତ୍ର ୮ ଘଣ୍ଟା ସମୟରେ ଏକ ଟାୱାର ତଳେ ଝିଅର ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖି ପୁଲିସକୁ ଜଣେଇଥିଲେ। ପୁଲିସ ଏହି ମାମଲା କେସ ନଂ ୨୨୨/୨୪ ରେ ମାମଲା ରୁଜୁ କରି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇଁ ତତ୍ପରତା ପ୍ରକାଶ କରିଥିଲା।