ଦଶପଲ୍ଲା: ଦଶପଲ୍ଲା ଥାନା ପିଙ୍କି ଛକ  ସ୍ଥିତ ୧୫ନମ୍ବର ଗଳିରେ ସିରିଜ୍ ଚୋରି ହୋଇଛି। ଘରର ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଛନ୍ତି ମୁଖାପିନ୍ଧା ୨ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ରାମଚନ୍ଦ୍ର ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ମିଶ୍ର ଏବଂ ପ୍ରଦୀପ କୁମାର ଦାସଙ୍କ ଘର ତାଲା ଭାଙ୍ଗି ଘରୁ କଳା କନା ବୁଲାଇଛନ୍ତି। ସେପଟେ ଦଶପଲ୍ଲା ପୁଲିସ ପହଞ୍ଚି ସନ୍ଧନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହେଇଛି।

Advertisment

ସୂଚନାଯୋଗ୍ୟ, କିଛି ଦିନ ତଲେ ଦଶପଲ୍ଲା ଥାନା ଭୋଗବାଡି ପଞ୍ଚାୟତ ସରପଞ୍ଚ ନିର୍ମଳା ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ପରିବାର ଲୋକଙ୍କ ସହ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଘର ଭିତରୁ ଲୁଟ୍ କରିଥିଲେ।

ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ

ଠାକୁରଙ୍କ ପିତଳ ମୂର୍ତ୍ତି ଠାରୁ ଆରମ୍ଭ କରି ଜମିବାଡ଼ି ପଟା ମଧ୍ୟ ଲୁଟି ନେଇଛନ୍ତି। ସକାଳୁ ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲା।

ଆହୁରି ପଢ଼ନ୍ତୁ: Mother Human Sagar FIR ମର୍କତନଗର ଥାନାର ଦ୍ବାରସ୍ଥ ହେଲେ ହ୍ୟୁମାନ ସାଗରଙ୍କ ମାଆ, ଏତଲାରେ ଅର୍ପିତା ଚୌଧୁରୀଙ୍କ ନାଆଁ