ଭୁବନେଶ୍ବର: ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ ଉତ୍ତର ରଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ୨୪୭୫ ଜଣ ଅସହାୟ ଲୋକ ରହୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ୨୪୭୫ ଜଣ ଅସହାୟ ଲୋକ ରହୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ। ଠିକ୍ ସେହିପରି ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ୫ଟି ଜରାଶ୍ରମ ଚାଲୁଛି, ଯେଉଁଥିରେ ୧୫୦ ଜଣ ଅସହାୟ ଲୋକ ରହୁଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ଵୃଦ୍ଧାଶ୍ରମ ପରିଚାଳନା ପାଇଁ ବର୍ଷକୁ ୧୫ ଲକ୍ଷ ୩୧ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିପାଇଁ ବର୍ଷକୁ ୭୬ ଲକ୍ଷ ୫୬ ହଜାର ୭ଶହ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଠିକ୍ ସେହିପରି ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ୫ଟି ଜରାଶ୍ରମ ଚାଲୁଛି, ଯେଉଁଥିରେ ୧୫୦ ଜଣ ଅସହାୟ ଲୋକ ରହୁଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ଵୃଦ୍ଧାଶ୍ରମ ପରିଚାଳନା ପାଇଁ ବର୍ଷକୁ ୧୫ ଲକ୍ଷ ୩୧ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିପାଇଁ ବର୍ଷକୁ ୭୬ ଲକ୍ଷ ୫୬ ହଜାର ୭ଶହ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
assembly
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/28/dMzB1B6VYrMtDFO0E9Fk.jpg)