କଳାପଥର: ରାସନ ସାମଗ୍ରୀ ଦୋକାନନରୁ ରାତିରେ ଚୋରି କଲେ। ହଜାର ହଜାର ଟଙ୍କା ନେଇ ଫେରାର ହୋଇଗଲେ। ପୁଣି ଯେଉଁ ଦୋକାନରୁ‌ ଟଙ୍କା ଚୋରି କରିଥିଲେ, ସେଠାରୁ ସଉଦା କିଣିବାକୁ ଆସି ପୁଲିସ ହାତରେ ଧରାପଡ଼ିଗଲେ। କଟକଜିଲ୍ଲା ବାଙ୍କୀ ଉପଖଣ୍ଡ ଅଧୀନ ବୈଦ୍ୟେଶ୍ବର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଶୁଶାନ୍ତ ବାରିକ (୨୬)। ଏଥି ସହିତ ପୁଲିସ ଚୋରି ହୋଇଥିବା ୧୬,୦୦ ଟଙ୍କା ଜବତ କରିଛି। ବାକି ଟଙ୍କାକୁ ଚୋର ପରିବାର ଖର୍ଚ୍ଚ କରିସାରିଛନ୍ତି। 

Advertisment

ପୁଲିସ କହିଛି, ବୈଦ୍ୟେଶ୍ୱର ଥାନା ଗୋଳାଗଣ୍ଡ ପଂଚାୟତ ଅନ୍ତର୍ଗତ ରଜିବ ଗ୍ରାମର ଚନ୍ଦନ ବିଶ୍ୱାଳଙ୍କ ଦୋକାନରୁ କିଛି ଦିନ ପୂର୍ବରୁ ୩୨ ହଜାର ୪୦୦ ଟଙ୍କା ଚୋରି ହୋଇଥିଲା। ଏନେଇ ଥାନାରେ ଏତଲା ହୋଇଥିଲା। ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଆଇଆଇସି ସଞ୍ଜୟ କୁମାର ଜେନା ଘଟଣାର ତଦନ୍ତ କରୁଥିଲେ। ଘଟଣା ଏକ ସପ୍ତାହରୁ ଗଡି ଯାଇଥଲେ ମଧ୍ୟ ପୁଲିସ ସନ୍ଧାନ ପାଇପାରିନଥିଲା।

ରଜିବ ଗ୍ରାମର ପ୍ରକାଶ ବାରିକଙ୍କ ପୁଅ ଶୁଶାନ୍ତ କୁମାର ବାରିକ (୨୬) ଗୋଟିଏ ପାଞ୍ଚ ଶହ ଟଙ୍କା ନୋଟ୍‌ ନେଇ ରାସନ ଜିନିଷ କିଣିବାକୁ ଚନ୍ଦନ ବିଶ୍ୱାଳଙ୍କ ଦୋକାନକୁ ଆସିଥିଲା। ଟଙ୍କା ଚୋରି ପୂର୍ବରୁ ନୋଟ୍‌ରେ ସିବି ଚନ୍ଦନ ବିଶ୍ୱାଳ ଲେଖାଥିବା ଦେଖି ଚୋର ଶୁଶାନ୍ତକୁ କେଉଁଠୁ ଏ ଟଙ୍କା ଆଣିଛୁ ବୋଲି ପଚାରି ଥିଲେ। ଏହି ସମୟରେ ଶୁଶାନ୍ତ ଜିନିଷ ନ କିଣି ସେଠାରୁ ଦୌଡ଼ି ପଳାଇଥିଲା।

ଏ ସମ୍ପର୍କରେ ଚନନ୍ଦ ସଙ୍ଗେସଙ୍ଗେ ଖବର ବୈଦ୍ୟେଶ୍ୱର ଥାନାକୁ ଦେଇଥିଲେ। ପୁଲିସ ଅଭିଯୁକ୍ତ ଶୁଶାନ୍ତ ବାରିକକୁ ବାନ୍ଧିଛି। କଟକ ଜିଲ୍ଲା ବାଙ୍କୀ କୋର୍ଟରେ ହାଜର କରିଛି। ଚୋର ନିକଟରୁ ଚୋରି ଟଙ୍କା ଶୋଳ ଶହ ଉଦ୍ଧାର କରାଯାଇଛି। ପୁଲସ ଆଗରେ ଚୋର କହିଛି ଯେ, ବାକି ଟଙ୍କା ଖର୍ଚ୍ଚ ହୋଇଯାଇଛି। 

Police | Cuttack

ରିପୋର୍ଟ: ମାନସ