ଭୁବନେଶ୍ବର: ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ୍ରେ ଆସନ୍ତା ରବିବାର (୨୦୨୫ ଫେବ୍ରୁଆରି ୯) ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍ ପାଇଁ ଆଜି ଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ଅପରାହ୍ଣ ୪ଟାରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ହୋଇଥିଲା। କ୍ରିକେଟ୍ପ୍ରେମୀମାନେ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ କିଣିବା ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ। ତେବେ ହଜାର ହଜାର କ୍ରିକେଟ୍ପ୍ରେମୀଙ୍କୁ ଅନ୍ଲାଇନ୍ ଟିକେଟ୍ ନପାଇ ନିରାଶ ହେବାକୁ ପଡ଼ିଥିଲା। ଟିକେଟ୍ ପାଇପାରି ନଥିବା ପ୍ରଶଂସକମାନେ ଏବେ ମନଦୁଃଖର ସହିତ ଅଛନ୍ତି। କ୍ରିକେଟ୍କୁ ବହୁତ ଭଲ ପାଉଥିବା ବ୍ୟକ୍ତିମାନେ ଏବେ ଅଫ୍ଲାଇନ୍ରେ ଟିକେଟ୍ କିଣିବାକୁ ଅପକ୍ଷୋ କରିଛନ୍ତି।
ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ରବିବାର ଅପରାହ୍ନ ୪ଟାରୁ ଟିକଟ୍ ବୁକିଂ ମୋବାଇଲ ଆପ୍ଲିକେସନ district by zomato ଓ ଗୁଗଲ୍ ବ୍ରାଉଜର zomato.inରେ ହୋଇଥିଲା। ଦିବାରାତ ମ୍ୟାଚ୍ ପାଇଁ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଟିକେଟ୍ର ଯେଉଁଭଳି ଚାହିଦା ରହୁଛି, ଅଫ୍ଲାଇନ୍ରେ ଟିକେଟ୍ ଖଣ୍ଡେ ପାଇବାକୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିପାରେ। ଅଫ୍ଲାଇନ୍ ଟିକେଟ୍ କାଉଣ୍ଟର ଖୋଲିବାର ବହୁ ପୂର୍ବରୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
କଟକରେ ଭାରତ ବନାମ ଇଂଲଣ୍ଡ ମୁକାବିଲା ପାଇଁ ସମୟ ଯେତିକି ପାଖେଇ ଆସୁଛି, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସେତିକି ସକ୍ରିୟ ଦେଖାଯାଉଛି। ସରକାର, ପ୍ରଶାସନ ମଧ୍ୟ ନିଜନିଜ ସ୍ତରରେ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ କ୍ରିକେଟ୍ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିଯାଇଛି।
ବାରବାଟୀ ମୁକାବିଲା ନିମନ୍ତେ ଅଗଣିତ କ୍ରିକେଟପ୍ରେମୀ ଟିକଟକୁ ଅପେକ୍ଷା କରି ରହିଛନ୍ତି। ଅନ୍ଲାଇନ୍ ଟିକେଟ୍ ଶେଷ ହୋଇସାରିଛି। ମୋଟ୍ ୪ହଜାର ଟିକଟ୍ ଅନଲାଇନ୍ରେ ବିକ୍ରି କରିବାକୁ ଓସିଏ ସ୍ଥିର କରିଥିଲା। ୨ ନମ୍ବର ଗ୍ୟାଲେରି ପାଇଁ ୧୦୭୦ଟି, ୪ ନମ୍ବର ଗ୍ୟାଲେରି ପାଇଁ ୧୦୮୦ଟି, ୭ ନମ୍ବର ଗ୍ୟାଲେରି ପାଇଁ ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜର ପାଇଁ ୨୦୦ଟି, ଏସି ବକ୍ସ ପାଇଁ ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଥିଲା।
ଅନଲାଇନ୍ରେ ଟିକଟ୍ କିଣିଥିବା ବ୍ୟକ୍ତିମାନେ ୭, ୮ ଓ ୯ ତାରିଖ ତିନି ଦିନ ଭିତରେ ଏହାକୁ କଟକର କେମ୍ବ୍ରିଜ ସ୍କୁଲ ଏବଂ ଭୁବନେଶ୍ୱରର କିଟ୍ ଆଥଲେଟିକ ଷ୍ଟାଡିୟମରୁ ସଂଗ୍ରହ କରିବେ। ୭ ଓ ୮ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/02/0keq8kykHz0bz6QwKwbb.jpg)