ଭୁବନେଶ୍ବର: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଇମେଲ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଛି। ଏଥିରେ ଏକ ଅଡିଓ ମେସେଜ୍ ଆସିଛି।ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ଆକ୍ରମଣ କରାଯିବ ବୋଲି ସେଥିରେ କୁହାଯାଇଛି। ଲୋକସେବା ଭବନ ଉପରେ ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ଅକ୍ଷୟ ସାହୁ ପୁଲିସ କମିଶନରଙ୍କୁ ଜଣାଇଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି।
ଡିଜି-ଆଇଜିପି ସମ୍ମିଳନୀକୁ ୧ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ଅକ୍ଷୟ ସାହୁ ପୁଲିସ କମିଶନରଙ୍କୁ ଜଣାଇଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି।
ଏଣେ ପନ୍ନୁର ଧମକ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ରାଜଧାନୀରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଣେ ପୁଲିସ ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେଇଛି।
ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ। ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ଆଇଜି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ କରିବେ।
ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହେବ। ଏହା ସହିତ ତିନୋଟି ନୂଆ ଅପରାଧିକ ଆଇନ ର କାର୍ୟ୍ୟକାରିତାର ଅଗ୍ରଗତି ଏବଂ ପୁଲିସ ସହ ଜଡିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ମଧ୍ୟ ସମୀକ୍ଷା କରାଯିବ। ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ସ୍ଥିତିରେ ଉନ୍ନତି ନେଇ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ପୂର୍ବରୁ ଦଣ୍ଡ-କେନ୍ଦ୍ରୀତ ଥିଲା, କିନ୍ତୁ ବର୍ତ୍ତମାନ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନ ହେବା ପରେ ଏହା ନ୍ୟାୟ କେନ୍ଦ୍ରୀତ ହୋଇଛି। ଏହି ନୂତନ ଆଇନର ମୌଳିକ ଭାବନା ଭାରତୀୟ ପରମ୍ପରାରୁ ପ୍ରେରିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/30/PEWcqSuoP7mqTBV5EEDR.png)