ଭୁବନେଶ୍ବର: ସେୟାର ବଜାରରେ ନିବେଶ କରି କୋଟିପତି କରାଇବାର ଲୋଭ ଦେଖାଇ ଲୋକଙ୍କ ଠାରୁ ୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଠକିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚ ଏହି ତିନି ସାଇବାର ଅପରାଧୀଙ୍କୁ ବେଙ୍ଗାଲୁରୁ ଓ ମହାରାଷ୍ଟ୍ରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣେଶ ସେଟ୍ଟି, ସ୍ବପ୍ନିଲ ଢୋକଲେ ଓ ଏଜାଜ୍‌ ଶେଖ୍‌। 

Advertisment

ପୁଲିସ କହିଛି ଅଭିଯୁକ୍ତ ଗଣେଶ ସେଟ୍ଟି, ସ୍ବପ୍ନିଲ ଢୋକଲେ ଓ ଏଜାଜ୍‌ ଶେଖ୍‌ ଆଇ.ପି.ଓ ଏବଂ ଓଟିସି ଟ୍ରେଡିଙ୍ଗ ନାଁରେ ନିବେଶକଙ୍କ ଠାରୁ ସାତ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଯାଇଥିଲେ। ବାରମ୍ବାର କ୍ଷତି ହେବା ସହିବା ପରେ ମଧ୍ୟ ଆହୁରି ଅଧିକ ଟଙ୍କା ନିବେଶ କରିବା ପାଈଁ ଏହି ଠକମାନେ ଅଭିଯୋଗକାରୀଙ୍କୁ ବାଧ୍ୟ କରୁଥିଲେ। ନିବେଶ କରିଥିବା ଟଙ୍କା ଉଠାଇବାକୁ ଚାହିଁଥିଲେ ମଧ୍ୟ ଟଙ୍କା ଉଠାଇ ପାରିନଥିଲେ ନିବେଶକ। ଟଙ୍କା ଉଠାଇବାକୁ ହେଲେ ଆହୁରି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ଏହି ଠକମାନେ।

ଆଇ.ପି.ଓ ଏବଂ ଓଟିସି ଟ୍ରେଡିଙ୍ଗ ନାଁରେ ନିବେଶକଙ୍କ ଠାରୁ ସାତ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଯାଇଥିଲେ। ବାରମ୍ବାର କ୍ଷତି ହେବା ସହିବା ପରେ ମଧ୍ୟ ଆହୁରି ଅଧିକ ଟଙ୍କା ନିବେଶ କରିବା ପାଈଁ ଏହି ଠକମାନେ ଅଭିଯୋଗକାରୀଙ୍କୁ ବାଧ୍ୟ କରୁଥିଲେ।

 

ତେବେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ନିବେଶକମାନେ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ବେଙ୍ଗାଲୁରୁରୁ ଗଣେଶ ସେଟ୍ଟି ଓ ମହାରାଷ୍ଟ୍ରରୁ ସ୍ୱପ୍ନିଳ ଢ଼ୋକଲେଙ୍କ ଏଜାଜ ଶେଖକୁ ଗିରଫ କରିଛି। ପୁଲିସ ଏହି ତିନି ଅଭିଯୁକ୍ତଙ୍କୁ ପଚରାଉଚୁରା ଜାରି ରଖିଛି।

Crime branch