ରାୟଗଡ଼ା (ଶିବ ପ୍ରସାଦ ଦୋରା): କପା ଚାଷ ପାଇଁ କାମକରୁଥିବା ସମୟରେ ବଜ୍ରାଘାତ ହୋଇଛି। ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ରାୟଗଡ଼ା ବ୍ଲକ ବିଷ୍ଣୁଗୁଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ବିଷ୍ଣୁଗୁଡା ଗ୍ରାମର ସମ୍ବାରୀ ପିଡ଼ିକା (୪୫)ଙ୍କ ସମେତ ଅନ୍ୟମାନେ କପା ଚାଷ ପାଇଁ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଆହତ ୪ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସମ୍ବାରୀ ପିଡ଼ିକାଙ୍କ ବଡ଼ ଭଉଣୀ ପାଣ୍ଡେ ପିଡ଼ିକା ଗୁରୁତର ହୋଇଛନ୍ତିI ତାଙ୍କର ଚିକିତ୍ସା ଜାରି ରହିଛି।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/12/wew-2025-09-12-18-43-16.jpg)